Site icon Odisha.com

ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ଯୋଗୁଁ ଅସନ୍ତୋଷ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବୁର୍ଲା଼, ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ବିଶ୍ୱବ୍ୟିାଳୟର ଯୁକ୍ତ ୩ଦ୍ୱିତୀୟ ବର୍ଷ ପ୍ରାଇଭେଟ୍ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପରୀକ୍ଷା ହେବାର ଦୀର୍ଘ ଛଅ ମାସ ପରେ ମଧ୍ୟ ଫଳ ପ୍ରକାଶ ହୋଇପାରିନଥିବାରୁ ଏହା ବିଶ୍ୱବ୍ୟିାଳୟର ଅସାମର୍ଥ୍ୟତା ବ୍ୟତୀତ କିଛି ନୁହେଁ ବୋଲି ସେମାନେ କହିଛନ୍ତି ।

ପରୀକ୍ଷା ସଂପର୍କୀତ ବିବରଣୀ(ପ୍ରସ୍ପେକ୍ଟସ୍)ରେ ୪୫ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଏହା ବର୍ତମାନ ମିଛ ପ୍ରମାଣିତ ହୋଇଛି, ସେମାନେ କହିଛନ୍ତି ।

ପରୀକ୍ଷାର୍ଥୀମାନେ ଫଳାଫଳକୁ ଅପେକ୍ଷା କରି ଆଶା ରଖିଦିନ ଗଣି ଚାଲିଛନ୍ତି କିନ୍ତୁ ଫଳ ପ୍ରକାଶରେ ବିଳମ୍ବ ତା’ର ସବୁ ଆଶା ଓ ଆକାଙ୍କ୍ଷାକୁ ଧୂଳିସାତ କରିେଇଛି ।

ଶତାଧିକ ପରୀକ୍ଷାର୍ଥୀ ଅର୍ଥ ସଂକଟରେ ଥାଇ ମଧ୍ୟ ଫର୍ମ ପୂରଣ କରୁଛନ୍ତି କିନ୍ତୁ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ଯୋଗୁଁ ତାଙ୍କର ଭବିଷ୍ୟତ ଯୋଜନା ନଷ୍ଟ ହୋଇଯାଉଛି ।

ବିଶ୍ୱବ୍ୟିାଳୟର ପ୍ରାଇଭେଟ୍ ସେଲରେ ଥିବା ଅଧିକାରୀମାନେ ଏହି ସମସ୍ୟା ପାଇଁ ସଂପୂର୍ଣ୍ଣ ଭାବେ ଉତରାୟୀ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏହି ବିଷୟରେ ବିହିତ ପଦକ୍ଷେପ ନେଇ ଫଳାଫଳା ପ୍ରକାଶ କରିବାକୁ ସେମାନେ ଦ।ବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version