Site icon Odisha.com

ବାରବାଟୀରେ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) କଟକ ବାରବାଟୀ ଷ୍ଟାଡ଼ିୟମରେ ହେବାକୁ ଥିବା ଭାରତ ୱେଷ୍ଟଇଣ୍ଡିଜଦିନିକିଆ ସିରିଜର ପ୍ରଥମ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମ୍ୟାଚ ଦେଖିବା ପାଇଁ ଦର୍ଶକମାନେ ଉତ୍ସାହିତ ହୋଇଛନ୍ତି ।

ଦିନ ୨ଟା ୩୦ରେ ଅନୁଷ୍ଠିତ ହେବାକୁଥିବା ଏହି ଦିବା ରାତ୍ରୀ ମ୍ୟାଚକୁ ୪୫ ହଜାର ଦର୍ଶକ ମନଭରି
ଉପଭୋଗ କରିବେ ।

ବାରବାଟୀରେ ଏହା ୧୭ତମଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଏବଂ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ
ତୃତୀୟଦିନିକିଆ । ସୋମବାର ଉଭୟ ଦଳର ଖେଳାଳିମାନେ ଷ୍ଟାଡ଼ିୟମରେ ଅଭ୍ୟାସ କରିଛନ୍ତି ।

ମ୍ୟାଚ ପାଇଁ ମୋଟ୍ ୧୫ କୋଟି ଟଙ୍କାର ବୀମା କରାଯାଇଥିବା ବେଳେ ଏଥିରୁ ଦର୍ଶକଙ୍କ ପାଇଁ ୫
କୋଟିର ବୀମା ରଖାଯାଇଛି ।

ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଷ୍ଟାଡ଼ିୟମ ଭିତରେ ଓ ବାହାରେ ପୋଲିସ ଛାଉଣି କରାଯାଇଛି । ଦର୍ଶକମାନେ ଶୃଙ୍ଖଳାର ସହ ଷ୍ଟାଡ଼ିୟମ ଭିତରକୁ ଯିବା ଆସିବା ପାଇଁ ୧୨ଟି ଗେଟ୍ କରାଯାଇଛି ।

ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ଫୋର୍ସ, ସ୍ପେସାଲ ଅପରେଶନ ଗୃପ କମାଣ୍ଡୋଙ୍କୁ ନିୟୋଜିତ
କରାଯାଇଥିବା ବେଳେ ଷ୍ଟାଡ଼ିୟମ ନିକଟ, ପ୍ରବେଶ ଦ୍ୱାରା , ଡ଼୍ରେସିଂ ରୁମ, ପ୍ୟାଭିଲିୟନ ଆଦି ସ୍ଥାନରେ ୮୦ଟି କ୍ଲୋଜ ସର୍କିଟ କ୍ୟାମେରା ଖଞ୍ଜା ଯାଇଛି ।

ଯେଉଁମାନେ ଟିକେଟ ନପାଇ ମ୍ୟାଚ ଖେିବାରୁ ବଂଚିତ ହୋଇଛନ୍ତି ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଛଅଟି ବଡ଼ ସ୍କ୍ରିନର ବ୍ୟବସ୍ଥା କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version