Site icon Odisha.com

ଯାତ୍ରୀବାହୀ ବୋଲେରୋକୁ ଧକ୍କା ଦେଲା ଡ଼ମ୍ପର, ୧୧ ମୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାର ଏକ ସ୍ଥାନରେ ମଙ୍ଗଳବାର  ଯାତ୍ରୀବାହୀ ବୋଲେରୋକୁ ଡ଼ମ୍ପର ଧକ୍କା ଦେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

କେତେଜଣ ଯାତ୍ରୀଙ୍କୁ ନେଇ ବୋଲେରୋଟି ବଡ଼ବିଲରୁ କେନ୍ଦୁଝର ଯାଉଥିବା ବେଳେ ୨୧୫ ନମ୍ବର ଜାତୀୟ ରାଜପଥର ପଳାସପଙ୍ଗା ଠାରେ ବିପରୀତ ଦିଗରୁ ଆସୁଥିବା ଡ଼ମ୍ପରଟି ଏହାକୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ  ହୋଇଛି । ମୃତକଙ୍କ ମଧ୍ୟରେ ୫ଜଣ ମହିଳା ଓ ଛଅଜଣ ପୁରୁଷ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version