• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଔଷଧ ପରୀକ୍ଷା,ଗବେଷଣାଗାରରେ ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ

November 30, 2011 by ଓଡିଶା ଡଟ କମ

ଭୁବନେଶ୍ୱର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଭେଷଜ ନିୟନ୍ତ୍ରଣ ପ୍ରଶାସନ କାର୍ଯ୍ୟାଳୟରେ ଥିବା ଔଷଧ ନମୂନା ପରୀକ୍ଷା ଏବଂ ଗବେଷଣା ପ୍ରୟୋଗଶାଳାର ତଥ୍ୟାବଳୀ ପାଇଁ ସୂଚନା ପରିଚାଳନା ବ୍ୟବସ୍ଥା ବୁଧବାର କାର୍ଯ୍ୟକାରୀ ହୋଇଛି ।

ଭେଷଜ ନିୟନ୍ତ୍ରଣ ପ୍ରଶାସନ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷରେ ବୁଧବାର ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏହି ବ୍ୟବସ୍ଥାର ଉ୍ଘାଟନ କରିଛନ୍ତି ।

ଏହି ଅବସରରେ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟରେ ଜନସାଧାରଣଙ୍କୁ ଗୁଣାତ୍ମକ ଔଷଧ ଉଚିତ ମୂଲ୍ୟରେ ଉପଲବ୍ଧ କରାଇବା ଏବଂ ଭେଜାଲ ତଥା ନିମ୍ନମାନର ଔଷଧ ବିକ୍ରୟ ବିରୁଦ୍ଧରେ ସତର୍କ ଦୃଷ୍ଟି ରଖିବା ନିମନ୍ତେ ଭେଷଜ ନିୟନ୍ତ୍ରଣ ପ୍ରଶାସନକୁ ସୁୃଢ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଅଂଶ ବିଶେଷ ଏହାର ଔଷଧ ନମୂନା ପରୀକ୍ଷା ଏବଂ ଗବେଷଣା ପ୍ରୟୋଗଶାଳାରେ ତଥ୍ୟାବଳୀ ପରିଚାଳନା ବ୍ୟବସ୍ଥାକୁ ସୁ ପରିଚାଳିତ ତଥା ସୁଦୃଢ କରିବା ପାଇଁ କମ୍ପ୍ୟୁଟର ମାଧ୍ୟମରେଏହି ୱେବ୍-ଆଧାରିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଏହି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବା ଦେଶର ପ୍ରଥମ ବୋଲି କୁହା ଯାଉଛି । ଫଳରେ ପରୀକ୍ଷା ପାଇଁ ସଂଗୃହୀତ ହେଉଥିବା ଔଷଧ ନମୂନା ଗୁଡିକୁ ତତ୍କ୍ଷଣାତ୍ ପଞ୍ଜୀକୃତ କରାଯାଇ ପାରିବ ଏବଂ ପରୀକ୍ଷାର ଫଳାଫଳ ଉପରେ ପକ୍ଷେପ ଗ୍ରହଣ କରାଯାଇ ପାରିବ । କମ୍ଦିନରେ ସମୟ ବିତିଯିବାକୁ ଥିବା ଔଷଧ ଉପରେ ଦୃଷ୍ଟି ରଖାଯାଇ ତାର ମାନ ପରୀକ୍ଷା କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ।

ଆନ୍ତଃପରୀକ୍ଷାଗାର ମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା , ତୁରନ୍ତ ସମସ୍ତ ପରୀକ୍ଷାର ଫଳ ଏବଂ ପ୍ରୟୋଗଶାଳାର ମାନବସମ୍ବଳର ଦକ୍ଷତା ବୃଦ୍ଧି ତଥା ସ୍ୱଚ୍ଛତା ରକ୍ଷା ଦିଗରେ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଔଷଧ, ବିଶେଷ ଖବର

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version