• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବଢୁଛି ପ୍ରକଳ୍ପର ମୂଲ୍ୟ:ଲୋକଙ୍କୁ ମିଳୁନି ପାଣି

November 30, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍:ଶୁଭ ରଜଂନ ନାଥ

ଅନୁଗୁଳ,ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ବାପାଙ୍କ ସମୟରେ ଶୁଭ ଦିଆଯାଇଥିଲା ପୁଅ ପ୍ରକଳ୍ପର ଉ୍ଘାଟନ କଲେ । ଏହା ଭିତରେ ବିତିଗଲାଣି ଆଠ ବର୍ଷ ଉ୍ଘାଟନ ସିନା ସରିଯାଇଛି କିନ୍ତୁ ଯେଉଁ ଉଦେଶ୍ୟ ରେ ଏହା କାର୍ଯ୍ୟକାରୀ ହେବା କଥା ତାହାର ସୁଫଳ ଏଯାଏଁ ପହଂଚି ନାହିଁ ଲୋକଙ୍କ ପାଖରେ ।

ଅନ୍ୟପଟେ ଚାଳିଶି କୋଟିର ଅଟକଳ ପହଂଚିଛି ଦୁଇଶହ କୋଟିରେ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ ନିର୍ମାଣାଧିନ ମଧ୍ୟମ ଜଳସେଚନ ପ୍ରକଳ୍ପ ମାନ ଜୋରକୁ ନେଇ ଏବେ ଲୋକଙ୍କ ମନରେ ଅସନ୍ତୋଷ ।

୧୯୯୨ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କୃଷି ଓ କୃଷକର ବିକାଶ ପାଇଁ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ରେ ୪୫୨.୦୦ସ୍ୱେୟାର କିଲୋମିଟର ଉପରେ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଶୁଭ ଦେଇଥିଲେ ।

ଯାହା କାର୍ଯ୍ୟକାରୀ ହେଲେ ଚଉଟି ପଂଚାୟତର ସାତ ହଜାର ସତାନବେ ହେକ୍ଟର ଖରିଫ ଏବଂ ଚାରି ହଜାର ତିନିଶହ ଛତିଶି ହେକ୍ଟର ରବି ଫସଲ ହୋଇପାରିବ ।

ଚଳିତ ବର୍ଷ ମଧ୍ୟ ନିର୍ମାଣ ପାଇଁ ଆଉ ଶ କୋଟି ଟଙ୍କା ବ୍ୟୟ ବରା ହୋଇଛି ହେଲେ ପ୍ରକଳ୍ପ ସରିବାର ନାଁ ଧରୁନି । ଏସବୁ ଭିତରେ ୨୦୦୪ମସିହା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତରବରିଆ ଭାବେ ପ୍ରକଳ୍ପର ଉ୍ଘାଟନ କରିଥିଲେ ମଧ୍ୟ ଏଯାଏଁ ଲୋକଙ୍କୁ ପାଣି ମୁନ୍ଦେ ବି ମିଳି ନାହିଁ ।

ସେତେବେଳେ ଯେଉଁଭଳି ଭାବରେ ଏହା ଉ୍ଘାଟନ କରାଗଲା ଏସବୁ ରାଜନୈତିକ ଚାଲ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ଲୋକେ ଆଶା ରଖିଥିଲେ ମୁଖ୍ୟମନ୍ତ୍ରୀଙ୍କ ଉ୍ଘାଟନ ପରେ ସେମାନଙ୍କ ଜମିକୁ ପାଣି ମିଳିଯିବ । ଯେଉଁ ମରୁଡ଼ି ସମସ୍ୟା ସବୁବେଳେ ଲାଗିରହୁଛି ତାହାର ସମାଧାନ ହେବ ମାତ୍ର ଏଠାରେ ତାହାର ଫଳ ଓଲଟା ହୋଇଛି । ଜମିକୁ ପାଣି ପାଇଁ ଲୋକେ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଗତଦୁଇବର୍ଷ ହେଲା ଅଂଚଳରେ ମରୁଡ଼ି ଲାଗି ରହୁଛି ।

ପୁର୍ନବାସ ଓ ଥଇଥାନ ନୀତି ପାଇଁ ପ୍ରକଳ୍ପର ମୂଲ୍ୟ ବଢିଚାଲୁଛି ବୋଲି ସଫେଇ ଦେଇଛନ୍ତି ଅନୁଗୁଳ ଜଳ ସେଚନ ମଣ୍ଡଳର ବିଭାଗୀୟ ଅଧିକାରୀ ରବି ନାରାୟଣ ସ୍ୱାଇଁ ।

ଆଉ ମଧ୍ୟ କହିଛନ୍ତି୨୦୧୨ସୁଦ୍ଧା ପ୍ରକଳ୍ପର କାମ ସରିଯିବ । ଏଥିପାଇଁ ସମସ୍ତ ଟେଣ୍ଡର ପ୍ରକ୍ରିୟା ସରିଯାଇଛି ।

କେବଳ ବୁଡ଼ି ଅଂଚଳ ଲୋକଙ୍କୁ କ୍ଷତିପୂରଣ ଏବଂ ଜଂଗଲ ଅନୁମତି ହୋଇପାରୁନାହିଁ ବୋଲି ପ୍ରକଳ୍ପ କାମ ବିଳମ୍ବ ହେଉଛି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ପ୍ରକଳ୍ପ, ବିଶେଷ ଖବର

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version