Site icon Odisha.com

ବଢୁଛି ପ୍ରକଳ୍ପର ମୂଲ୍ୟ:ଲୋକଙ୍କୁ ମିଳୁନି ପାଣି

ଓଡ଼ିଶା ଡ଼ଟ୍ କମ୍:ଶୁଭ ରଜଂନ ନାଥ

ଅନୁଗୁଳ,ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ବାପାଙ୍କ ସମୟରେ ଶୁଭ ଦିଆଯାଇଥିଲା ପୁଅ ପ୍ରକଳ୍ପର ଉ୍ଘାଟନ କଲେ । ଏହା ଭିତରେ ବିତିଗଲାଣି ଆଠ ବର୍ଷ ଉ୍ଘାଟନ ସିନା ସରିଯାଇଛି କିନ୍ତୁ ଯେଉଁ ଉଦେଶ୍ୟ ରେ ଏହା କାର୍ଯ୍ୟକାରୀ ହେବା କଥା ତାହାର ସୁଫଳ ଏଯାଏଁ ପହଂଚି ନାହିଁ ଲୋକଙ୍କ ପାଖରେ ।

ଅନ୍ୟପଟେ ଚାଳିଶି କୋଟିର ଅଟକଳ ପହଂଚିଛି ଦୁଇଶହ କୋଟିରେ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ ନିର୍ମାଣାଧିନ ମଧ୍ୟମ ଜଳସେଚନ ପ୍ରକଳ୍ପ ମାନ ଜୋରକୁ ନେଇ ଏବେ ଲୋକଙ୍କ ମନରେ ଅସନ୍ତୋଷ ।

୧୯୯୨ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କୃଷି ଓ କୃଷକର ବିକାଶ ପାଇଁ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ରେ ୪୫୨.୦୦ସ୍ୱେୟାର କିଲୋମିଟର ଉପରେ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଶୁଭ ଦେଇଥିଲେ ।

ଯାହା କାର୍ଯ୍ୟକାରୀ ହେଲେ ଚଉଟି ପଂଚାୟତର ସାତ ହଜାର ସତାନବେ ହେକ୍ଟର ଖରିଫ ଏବଂ ଚାରି ହଜାର ତିନିଶହ ଛତିଶି ହେକ୍ଟର ରବି ଫସଲ ହୋଇପାରିବ ।

ଚଳିତ ବର୍ଷ ମଧ୍ୟ ନିର୍ମାଣ ପାଇଁ ଆଉ ଶ କୋଟି ଟଙ୍କା ବ୍ୟୟ ବରା ହୋଇଛି ହେଲେ ପ୍ରକଳ୍ପ ସରିବାର ନାଁ ଧରୁନି । ଏସବୁ ଭିତରେ ୨୦୦୪ମସିହା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତରବରିଆ ଭାବେ ପ୍ରକଳ୍ପର ଉ୍ଘାଟନ କରିଥିଲେ ମଧ୍ୟ ଏଯାଏଁ ଲୋକଙ୍କୁ ପାଣି ମୁନ୍ଦେ ବି ମିଳି ନାହିଁ ।

ସେତେବେଳେ ଯେଉଁଭଳି ଭାବରେ ଏହା ଉ୍ଘାଟନ କରାଗଲା ଏସବୁ ରାଜନୈତିକ ଚାଲ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ଲୋକେ ଆଶା ରଖିଥିଲେ ମୁଖ୍ୟମନ୍ତ୍ରୀଙ୍କ ଉ୍ଘାଟନ ପରେ ସେମାନଙ୍କ ଜମିକୁ ପାଣି ମିଳିଯିବ । ଯେଉଁ ମରୁଡ଼ି ସମସ୍ୟା ସବୁବେଳେ ଲାଗିରହୁଛି ତାହାର ସମାଧାନ ହେବ ମାତ୍ର ଏଠାରେ ତାହାର ଫଳ ଓଲଟା ହୋଇଛି । ଜମିକୁ ପାଣି ପାଇଁ ଲୋକେ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଗତଦୁଇବର୍ଷ ହେଲା ଅଂଚଳରେ ମରୁଡ଼ି ଲାଗି ରହୁଛି ।

ପୁର୍ନବାସ ଓ ଥଇଥାନ ନୀତି ପାଇଁ ପ୍ରକଳ୍ପର ମୂଲ୍ୟ ବଢିଚାଲୁଛି ବୋଲି ସଫେଇ ଦେଇଛନ୍ତି ଅନୁଗୁଳ ଜଳ ସେଚନ ମଣ୍ଡଳର ବିଭାଗୀୟ ଅଧିକାରୀ ରବି ନାରାୟଣ ସ୍ୱାଇଁ ।

ଆଉ ମଧ୍ୟ କହିଛନ୍ତି୨୦୧୨ସୁଦ୍ଧା ପ୍ରକଳ୍ପର କାମ ସରିଯିବ । ଏଥିପାଇଁ ସମସ୍ତ ଟେଣ୍ଡର ପ୍ରକ୍ରିୟା ସରିଯାଇଛି ।

କେବଳ ବୁଡ଼ି ଅଂଚଳ ଲୋକଙ୍କୁ କ୍ଷତିପୂରଣ ଏବଂ ଜଂଗଲ ଅନୁମତି ହୋଇପାରୁନାହିଁ ବୋଲି ପ୍ରକଳ୍ପ କାମ ବିଳମ୍ବ ହେଉଛି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version