ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାଲେଶ୍ୱର,ଡ଼ିସେମ୍ବର୧(ଓଡ଼ିଶା ଡ଼ଟ୍ କମ୍) ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ୨୦୦୮ର ଶିକାର ହୋଇଥବା ବାଲେଶ୍ୱର ଜିଲ୍ଲାର ସାନନ୍ଦ ତିନିବର୍ଷ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଭିନ୍ନକ୍ଷମ ଭତ୍ତା ପାଇଛନ୍ତି ।
ତାଙ୍କ ବିଷୟରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ବାଲେଶ୍ୱର ଜିଲ୍ଲାପାଳ ଡ଼. ଅଖିଳ ବିହାରୀ ଓତା ତାଙ୍କୁ ଡ଼କାଇ ତାଙ୍କର ଭିନ୍ନକ୍ଷମ ଭତ୍ତା କରାଇବୋ ସହ ତାଙ୍କୁ ଚଳିତ ମାସ ୧୦ତାରିଖ ସୁଦ୍ଧା ଏକ ନିର୍ଦ୍ଦିଷ୍ଟ କଂପାନୀରେ ଚାକିରୀ ଦିଆଯିବ ଓ ବୋଲି ଘୋଷଣା କରିଛନ୍ତି ।
ଏହା ବ୍ୟତୀତ ତାଙ୍କୁ ଅଧିକଦୁଇଲକ୍ଷ ଟଙ୍କା ସାହାଯ୍ୟ ଦିଆଯିବ ବୋଲି ଜିଲ୍ଲାପାଳ ରେଳବାଇ ବିଭାଗକୁୂ ସୁପାରିଶ କରିଛନ୍ତି ।
ଏହି ଆତଙ୍କବାଦୀ ଆକ୍ରମଣରେ ତାଙ୍କ ଗୋଡ଼ରେଦୁଇଟି ଗୁଳି ବାଜିବାରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ପରଦିନ ନିଜକୁ ଜେ.ଜେ.ହସପିଟାଲରେ ପାଇଥିଲେ । ତାଙ୍କ ଗୋଡ଼ର ଅସ୍ତ୍ରୋପଚାର କରା ଯାଇଥିଲା ।
କିନ୍ତୁ ସେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରି ନ ଥିଲେ । ତିନିବର୍ଷ ହେଲା ସେ ଆଶାବାଡ଼ି ଧରି ଚଲାବୁଲା କରୁଛନ୍ତି । ସେ ସମୟରେ ତାଙ୍କୁ ଉଭୟ ରେଳବାଇ ଓ ମହାରାଷ୍ଟ୍ର ସରକାର ପ୍ରତ୍ୟେକ ପଚାଶ ହଜାର ଟଙ୍କା ଲେଖାଏଁ ସାହାଯ୍ୟ ରାଶି ଦେଇଥିଲେ ।
ସେ ସମୟରେ ତାଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରା ଯାଇଥିଲେ ସୁଦ୍ଧା ତାହା ହୋଇପାରିନଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,ସାନନ୍ଦଙ୍କ ଘରେ ତାଙ୍କ ପତ୍ନୀ,ବୃଦ୍ଧା ମା ଓ ଗୋଟିଏ ଚାରି ବର୍ଷର ପୁଅ ଅଛନ୍ତି । ଏହି ଦୁର୍ଘଟଣା ପରେ ଉଭୟ ମା ଓ ସ୍ତ୍ରୀଦିନ ମଜୁରିଆ ଭାବେ କାମ କରି ଘରର ଭରଣପୋଷଣ କରୁଥିଲେ ।
ଓଡ଼ିଶା ଡ଼ଟ୍ କମ