Site icon Odisha.com

ଆଇଏଫଏସ୍ ଅଧିକାରୀଙ୍କୁ ଦଣ୍ଡାଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ଜଣେ ଭାରତୀୟ ବନସେବା ଅଧିକାରୀଙ୍କୁ ଗୁରୁବାର ଦଣ୍ଡାଦେଶ କରିଛନ୍ତି ।

ଭୁବନେଶ୍ୱର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସଂପୃକ୍ତ ଅଧିକାରୀ ଡମ୍ବରୁଧର ସାହୁଙ୍କୁ ସାତ ମାସ ଜେଲ ଦଣ୍ଡ ସହ୩ଲକ୍ଷ ୬୦ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅର୍ଥ ପୈଠ ନକଲେ ଆଉ ୫ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ଦର୍ଶାଇଛନ୍ତି ।

ଗତ ୨୦୦୭ରେ ଡମ୍ବରୁଧର ତାଙ୍କ ସାଙ୍ଗ ପ୍ରମୋଦ କୁମାର ଅଧିକାରୀଙ୍କଠାରୁ ୨ଲକ୍ଷ ୯୬ ହଜାର ଟଙ୍କା କରଜ ଆଣି ବାରମ୍ବାର ମାଗିବା ସତ୍ୱେ ଫେରାଇନଥିଲେ । ଏନେଇ ପ୍ରମୋଦ ଗତ ୨୦୦୯ରେ ଭୁବନେଶ୍ୱର କୋର୍ଟରେ ମାମଲା କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡାଦେଶ କରିଛନ୍ତି ।

ଟଙ୍କା ନେବା ସମୟରେ ଡମ୍ବରୁଧର ଭୁବନେଶ୍ୱର ସ୍ଥିତ ଅରଣ୍ୟ ଭବନରେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ସେ ମୁଖ୍ୟ ବନସଂରକ୍ଷକ ଭାବେ ସମ୍ବଲପୁରରେ କାର୍ଯ୍ୟ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version