Site icon Odisha.com

ଆଗାମୀ ରେଳ ବଜେଟ୍ ରେ ୨,୩୪୫ କୋଟି ଟଙ୍କା ଦାବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ରେଳ ବଜେଟ୍ ରେ ଓଡ଼ିଶା ପାଇଁ ୨,୩୪୫ କୋଟି ଟଙ୍କା ବ୍ୟୟବରାଦ କରିବାକୁ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟ ବିଧାନସଭା ପ୍ରତିନିଧି ଦଳ ଦାବି କରିଛନ୍ତି ।

ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶା ଗସ୍ତରେ ଯାଇ ରାଜ୍ୟରେ ନିର୍ମାଣାଧୀନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବା ସହ କେଉଁ ରେଳ ପ୍ରକଳ୍ପ ଗୁଡ଼ିକ ପ୍ରଥମେ ଶେଷ କରାଯିବ ତା’ର ନିଷ୍ପତି ରେଳ ମନ୍ତ୍ରାଳୟ ନେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଦୀନେଶ ତ୍ରିଦେବୀ ପ୍ରତିନିଧି ଦଳକୁ ଜଣାଇଛନ୍ତି ।

ସଂସରେ ବିଧାନସଭା ବାଚସ୍ପତି ପ୍ରଦୀପ ଆମାତଙ୍କ ନେତୃତ୍ୱରେ ବିଧାନସଭା ଗୃହ କମିଟିର ସଦସ୍ୟ ଓ ଓଡ଼ିଶାର ସାଂସଦ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ଲାଞ୍ଜିଗଡ଼-ଜୁନାଗଡ଼, ଖୋର୍ଦ୍ଧାରୋଡ୍ବଲାଙ୍ଗିର, ହରିଦାସପୁର-ପାରାଦ୍ଵୀପ, ଅନୁଗୁଳ-ସୁକିନ୍ଦା ରୋଡ୍, ତାଳଚେର ବିମଳାଗଡ଼ ଓ ଜଳେଶ୍ୱର-ଦୀଘା ନୂତନ ରେଳପଥ ନିର୍ମାଣ ସମେତ ରୁପ୍ସା ବାଙ୍ଗିରପୋଷି ରେଳ ଲାଇନକୁ ମୁମ୍ବାଇ କୋଲକାତା ଲାଇନ୍ ର ଚକୁଳିଆ ପର୍ଯ୍ୟନ୍ତ ଏବଂ ନୌପଡ଼ା-ଗୁଣୁପୁର ରେଳ ଲାଇନ୍ କୁ ରାୟଗଡ଼ା ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଆଗାମୀ ବଜେଟ୍ ରେ ଅର୍ଥ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଏହାବ୍ୟତୀତ ୯ଟି ନୂତନ ରେଳପଥ ନିର୍ମାଣ,ଦୁଇଟି ରେଳପଥ ଦୋହରୀକରଣ, ତିନୋଟି ରେଳପଥର ବିଦ୍ୟୁତି କରଣ,୧୬ଟି ରେଳର ଚଳାଚଳ ଦିନ ବୃଦ୍ଧି, ନ’ଟି ରେଳର ସଂପ୍ରସାରଣ, ୧୮ଟି ଆଦର୍ଶ ଷ୍ଟେସନ୍ ନିର୍ମାଣ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି ।

ମାଓ ପ୍ରଭାବିତ ଜିଲ୍ଲା ଗୁଡ଼ିକ ସମେତ ନବରଙ୍ଗପୁର, ଦେବଗଡ଼, ବୌଦ୍ଧ, କେନ୍ଦ୍ରାପଡ଼ା,ଫୁଲବାଣୀ ଆଦି ନ’ଗୋଟି ଜିଲ୍ଲାରେ ନୂତନ ରେଳ ଲାଇନ୍ ବିଛାଇବା ପାଇଁ ମଧ୍ୟ ଏହି ପ୍ରତିନିଧି ଦଳ ପ୍ରସ୍ତାବ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version