Site icon Odisha.com

କୁଖ୍ୟାତ ଦେହ ବ୍ୟବସାୟୀ କୋଲକାତା ରୁ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୨(ଓଡ଼ିଶା ଡ଼ଟ୍ କମ୍)ଏକାଧିକ ସେକ୍ସ ରାକେଟ୍ ରେ ଜଡ଼ିତ ଥିବା ରାଜ୍ୟର ଜଣେ ଦେହ ବ୍ୟବସାୟୀ କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଥିବା ପୋଲିସ ଶୁକ୍ରବାର କହିଛି ।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସେକ୍ସ ରାକେଟ୍ ଚଳାଇ ପୂର୍ବରୁ ବହୁବାର ଗିରଫ ହୋଇଥିବା
ସୁନୀଲ ମେହେର ନାମକ ଏହି ବ୍ୟକ୍ତି କୋଲକାତାରେଏକ ଘରେ ତିନି ଜଣ ଯୁବତୀଙ୍କୁ ବଳପୂର୍ବକ
ରଖିଥିଲା ଓ ସେମାନଙ୍କୁ ସେ ଅନୈତିକ କାର୍ଯ୍ୟ କରିବାପାଇଁ ବାଧ୍ୟ କରୁଥିଲା ।

ନିଜ ସ୍ତ୍ରୀ ସହଯୋଗରେ ସେ ଏହି ଅନୈତିକ କାର୍ଯ୍ୟକଳାପ ଚଳାଇଥିବା ବେଳେ କୋଲକାତା ପୋଲିସ
ତାର ଆଡ୍ଡା ଉପରେ ଗୁରୁବାର ଚଢାଉ କରିଥିଲେ । ଘଟଣାସ୍ଥଳରୁ ପୋଲିସ ସୁନୀଲ,ତା ସ୍ତ୍ରୀ,ତିନି ଜଣ ଯୁବତୀ ଓ ତିନି ଜଣ ଯୁବକଙ୍କୁ ଗିରଫ କରିଥିଲେ ।

କମିଶନରେଟ୍ ପୋଲିସର ଏକ ଦଳ ତାକୁ ଟ୍ରାନଜିଟ୍ ରିମାଣ୍ଡ୍ରେ ଆଣିବା ପାଇଁ କୋଲକାତା ଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ମେହେର ନାମରେ ପୂର୍ବରୁ ଯୁବତୀ ଚାଲାଣ,ସେକ୍ସ ରାକେଟ୍ ତଥା
ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର ସଂପର୍କିତ କେତେକ ମାମଲା ରହିଛି ଓ ତାକୁ ପୋଲିସ ବହୁଦିନ ହେଲା
ଖୋଜୁଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version