ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍)ଚଳିତ ବର୍ଷ ବନ୍ୟାରେ ରାଜ୍ୟର ମୋଟ ୩୦ଟି ଜିଲ୍ଲା ମଧ୍ୟରୁ ୨୧ଟି ଜିଲ୍ଲା ରେ ବନ୍ୟା ବିତ୍ପାତ ଦେଖା ଦେଇଥିଲା । ଏ ନେଇ ୩୨୬୫.୩୮କୋଟି ଟଙ୍କା ସହାୟତା ରାଶି ଦେବା ପାଇଁ ରାଜ୍ୟ ସରକାର ଦୁଇ ଥର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି ।
ଏହା ପରେ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କୁ ବନ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ
ଓଡ଼ିଶାକୁ ପଠାଇଥିଲେ । ଉକ୍ତ ଦଳ ଯଦିଓ ଗତ ସେପ୍ଟେମ୍ବର ୩୦ତାରିଖରେ ପ୍ରଭାବିତ ଅଞ୍ଚଳଗୁଡ଼ିକୁ
ବୁଲି ଦେଖିଥିଲେ । ହେଲେ ଅନ୍ୟ ଏକ ଉଚ୍ଚ ସ୍ତରୀୟ କମିଟି ପୁର୍ନବାର ଏହାକୁ ତର୍ଜମା କରିବା କଥା ।
ତେଣୁ ଉକ୍ତ କମିଟି ଯଥାଶିଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରି ଏହି ସହାୟତା ରାଶି ପ୍ରଦାନ କରିବା
ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏକ ପତ୍ର ମାଧ୍ୟମରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପ୍ରଣବ
ମୁଖାର୍ଜୀଙ୍କୁ ଜଣାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍