Site icon Odisha.com

ବ୍ୟବସାୟୀଙ୍କ ଠାରୁ ଲୁଟ୍ କରି ଚାରି ଯବାନ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଉମରକୋଟ, ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଲୁଟ କରିଥିବା ଚାରି ଜଣ ସିଆର୍ପିଏଫ୍ ଯବାନଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି ।

ଉମରକୋଟ୍ ଉପ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଏହି ଯବାନମାନେ ଗତ ସୋମବାର ଛତିଶଗଡ଼ର ଜଣେ ବ୍ୟବସାୟୀଙ୍କୁ ଯାଂଚ ଆଳରେ ତାଙ୍କ ଠାରୁ ଲୁଟ୍ କରିଥିଲେ ।

ସଂପୃକ୍ତ ବ୍ୟବସାୟୀଙ୍କୁ ସେମାନେ ଅଟକ ରଖିବା ସହ ଛଅ ଲକ୍ଷ ଟଙ୍କା ଦେଲେ ଛାଡ଼ିଦେବାକୁ କହିଥିଲେ । ପରେ ବ୍ୟବସାୟୀ ଜଣକ ନିଜ ଭାଇଙ୍କୁ ଖବର ଦେଇ ଟଙ୍କା ମଗାଇଥିଲେ ଓ ଯବାନମାନଙ୍କୁ ଦେଇଥିଲେ ।

ଏ ସଂପର୍କରେ ବ୍ୟବସାୟୀ ଛତିଶଗଡ଼ ଧନ୍ୱନ୍ତରୀ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଧନ୍ୱନ୍ତରୀ ଏସ୍ପି ନବରଙ୍ଗପୁର ଏସ୍ପିଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଜଣାଇଥିଲେ ।

ପରେ ପୋଲିସ ତଦନ୍ତ କରି ଆଜି ଅଭିଯୁକ୍ତ ଯବାନ ମାନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୬ଲକ୍ଷ ୬୧ ହଜାର ଟଙ୍କା ଓ ସୁନା ଗହଣା ଜବତ କରିଛି । ସଂପୃକ୍ତ ଯବାନ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଓଡ଼ିଶା  ଡ଼ଟ୍ କମ୍

Exit mobile version