Site icon Odisha.com

ଉଗାଣ୍ଡାରେ ନିର୍ଯ୍ୟାତିତ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୨(ଓଡ଼ିଶା ଡ଼ଟ୍ କମ୍)ଉଗାଣ୍ଡାରେ ନିର୍ଯ୍ୟାତିତ ହେଉଥିବା ୧୧ଜଣ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରି କେନ୍ଦ୍ର ଦରିଆପାରି ଭାରତୀୟ ବ୍ୟାପାର ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାୟାଲାର ରବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଦ୍ୱିତୀୟ ଥର ଲାଗି ପତ୍ର ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ,ଆଫ୍ରିକୀୟ ରାଷ୍ଟ୍ର ଉଗାଣ୍ଡାରେ କାମ କରିବା ପାଇଁ ଭୁବନେଶ୍ୱର ଏକ ସଂସ୍ଥା ଏହି ଶ୍ରମିକମାନଙ୍କୁ ବିଶ୍ୱ ମେଟାଲ୍ସ ଲିମିଟେଡ଼ ସଂସ୍ଥା ସହିତ ଚୁକ୍ତି କରାଇ ସେଠାକୁ ପଠାଇଥିଲା । ସେଠାରେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି ବୋଲି ସେମାନଙ୍କ ପରିବାର ଲୋକେ କହିଛନ୍ତି ।

ଏ ସଂକ୍ରାନ୍ତରେ ନବୀନ ପଟ୍ଟନାୟକ ପୂର୍ବରୁ ଥରେ ଅକ୍ଟୋବର ୨୫ତାରିଖରେ ପତ୍ର ଲେଖିଥିଲେ ।
ଶ୍ରମିକମାନଙ୍କ ତୁରନ୍ତ ଓ ନିରାପଦ ପ୍ରତ୍ୟାବର୍ତନ ପାଇଁ ଉଗାଣ୍ଡାରେ ଥିବା ଭାରତୀୟ ଦୂତାବାସ
ଜରିଆରେ ଉଗାଣ୍ଡା ସରକାରଙ୍କ ସହିତ ଯୋଗାଯୋଗ କରିବାକୁ କେନ୍ଦ୍ରମନ୍ତ୍ରୀ ପକ୍ଷେପ ନେବାକୁ
ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version