Site icon Odisha.com

ପିଏଲ୍ଜିଏ: ମାଓବାଦୀଙ୍କ ମୋବାଇଲ ଟାୱାର ପୋଡ଼ି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାରାୟଣପାଟଣା, ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମାନେ ଶୁକ୍ରବାର ଠାରୁ ପିଏଲ୍ଜିଏ ସପ୍ତାହ ପାଳନ କରୁଥିବା ବେଳେ ପ୍ରଥମଦିନରେ ସେମାନେ କୋରାପୁଟ ଜିଲ୍ଲାରେ ମୋବାଇଲ ଟାୱାର ପୋଡ଼ି ଦେଇଛନ୍ତି ।

ବୈପାରୀଗୁଡ଼ା ଦୋରାଗୁଡ଼ା ପଂଚାୟତର ମାଠପଡ଼ା ଠାରେ ଥିବା ବିଏସ୍ଏନ୍ଏଲ୍ ମୋବାଇଲ୍ ଟାୱାର ଓ ଦଣ୍ଡାବାଡି ପଂଚାୟତର କାଳିଆଅଟ୍ଟାଳ ଠାରେ ଥିବା ଏୟାରଟେଲ୍ ମୋବାଇଲ୍ ଟାୱାରର ବିଟିଏସ୍ ମେସିନ୍କୁ ପୋଡ଼ି ଦେଇଛନ୍ତି ।

ସେମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ପିଏଲ୍ଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଜୟପୁର, ମାଲକାନିରି, ଫୁଲବାଣୀ ଆଦି ସ୍ଥାନକୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି ।

ମାଓବାଦୀ ନେତା କିଶନଜୀଙ୍କ ହତ୍ୟାକାଣ୍ଡକୁ ବିରୋଧ କରି ଆସନ୍ତା ୪ ଓ ୫ତାରିଖରେ ମାଓବାଦୀଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି |

ଓଡ଼ିଶା ଡ଼ଟ୍ କମ୍

Exit mobile version