Site icon Odisha.com

ରାସ୍ତା କାମ ପାଇଁ ପୋସ୍କୋ ଅଂଚଳରେ ପୋଲିସର ଫ୍ଲାଗମାର୍ଚ୍ଚ

ଓଡ଼ିଶା ଡ଼ଟ୍ କମ୍:ଅମରନାଥ ପରିଡ଼ା

ଜଗତସିଂହପୁର,ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କୁ ଗିରଫ କଲାପରେ ଜଗତସିଂହପୁର ଜିଲ୍ଲାରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଅଂଚଳରେ ପ୍ରଶାସନ ଶୁକ୍ରବାର ପ୍ରାୟ ଚାରି ପ୍ଲାଟୁନ ଫୋର୍ସ ମୁତୟନ କରିଛନ୍ତି ।

ପୋଲିସ ବାହିନୀ ଢିଙ୍କିଆ ଅଂଚଳରେ ଫ୍ଲାଗମାର୍ଚ୍ଚ କରିଥିବା ବେଳେ ପ୍ରକଳ୍ପ ବିରୋଧୀମାନେ ପୋଲିସ, ପ୍ରଶାସନ ତଥା କଂପାନୀ ର କାହାକୁ ପ୍ରକଳ୍ପ ଅଂଚଳକୁ ପ୍ରବେଶ କରାଇ ନଦେବା ପାଇଁ ବିଭିନ୍ନ ସ୍ଥାନରେ କାଠ ବ୍ୟାରିକେଟ୍ ମାନ ନିର୍ମାଣ କରି ରାତିିଦିନ ପହରା ଦେବା ଆରମ୍ଭ କରିଛନ୍ତି ।

ଯଦି ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଏ ତେବେ ପୋଲିସ ବଳ ପ୍ରୟୋଗ କରିବାକୁ ବାଧ୍ୟ ହେବ
ବୋଲି ପ୍ରଶାସନ ଚେତାବନୀ ଦେଇଥିବା ବେଳେ ବିରୋଧୀ ଗ୍ରାମବାସୀ କୌଣସି ପରିସ୍ଥିତିରେ
ପୋସ୍କୋ କାର୍ଯ୍ୟ କରିବାକୁ ଦେବେ ନାହିଁ ବୋଲି କହିଛନ୍ତି ।

ସାହୁଙ୍କ ଗିରଫଦାରୀ ପରେ ସଂପୃକ୍ତ ଅଂଚଳରେ ଚାପା ଉତ୍ତେଜନା ଲାଗି ରହିଛି । ପ୍ରଶାସନ,ପୋଲିସ ଓ
ବିରୋଧୀ ଅଲଗା ଅଲଗା ସ୍ଥାନରେ ଘନଘନ ବୈଠକ କରୁଥିବା ପରିଲକ୍ଷିତ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version