Site icon Odisha.com

ଲକ୍ଷ୍ମୀ ପାଢୀ ସ୍ମୃତି ନୃତ୍ୟ ପ୍ରତିଯୋଗିତା (ଭିଡ଼ିଓ ସହ)

ଓଡ଼ିଶା ଡ଼ଟ୍ କମ୍:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଡ଼ିସେମ୍ବର୨(ଓଡ଼ିଶା ଡ଼ଟ୍ କମ୍)ପଶ୍ଚିମ ଓଡ଼ିଶାର ଖ୍ୟାତନାମା ନୃତ୍ୟ ଶିଳ୍ପୀ,ନୃତ୍ୟ ନିର୍ଦ୍ଦେଶକ ଲକ୍ଷ୍ମୀ ପାଢୀ ଙ୍କ ସ୍ମୃତି ଉଜ୍ଜିବିତ କରିବା ପାଇଁ ସମ୍ବଲପୁରୀ ଲୋକ ନୃତ୍ୟ ପ୍ରତିଯୋଗିତା ସଂପନ୍ନ ହୋଇଛି ।

ବରଗଡ଼ ସୌଖିନ ରଂଗମଂଚ ରେ ଅନୁଷ୍ଟିତଦିନିକିଆ ପ୍ରତିଯୋଗିତା ରେ ସ୍ମୃତି କମିଟି ସଭାପତି ପ୍ରଦୀପଦେବତା ସଂଯୋଜନା କରିଥିଲେ ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା,ନାଟ୍ୟ ନିର୍ଦ୍ଦେଶକ ବକୂଲ ବାଦୀ ,ନୃତ୍ୟ ନିର୍ଦ୍ଦେଶକ ଗୋପାଳ ଦାଶ,ସାମ୍ବାଦିକ ଗୋପାଳ ନନ୍ଦ ପ୍ରମୂଖ ଯୋଗ ଦାନ କରି ସଫଳ ନୃତ୍ୟ ଶିଳ୍ପୀମାନଙ୍କୁ ପୁରସ୍କୃତ କରିଥିଲେ ।

ଏ ବର୍ଷର ଶ୍ରେଷ୍ଠ କଳାକାର ଭାବରେ ଗୋପାଳ କୃଷ୍ଣ ଦାଶଙ୍କୁ ସ୍ୱର୍ଗତ ଲକ୍ଷ୍ମୀ ପାଢି ସ୍ମୃତି ସମ୍ମାନରେ
ସମ୍ମାନିତ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version