Site icon Odisha.com

ହସ୍ପିଟାଲ ପରିସରରୁ ନବଜାତର ମୃତଦେହ ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୩(ଓଡ଼ିଶା ଡ଼ଟ୍ କମ୍)ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସରରୁ ପୁଣି ଏକ ନବଜାତ ଶିଶୁପୁତ୍ରର ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି ।

ହସ୍ପିଟାଲ ପରିସରରେ ଥିବା ଏନ୍ଏଚ୍ଆର୍ଏମ୍ କାର୍ଯ୍ୟାଳୟ ସାମନା ଡ଼୍ରେନରେ ଏହିଶିଶୁପୁତ୍ରର ମୃତଦେହ ମିଳିଥିଲା ।
ଏକ ବସ୍ତା ଭିତରେ ମୃତଦେହ ଟି ରଖାଯାଇଥିଲା । ମୃତ ଶିଶୁଟିର ନାହି ନାଡ଼ ଲାଗିଥିଲା ଓ ଉପରକୁ ତାର ମୁଣ୍ଡଟି ଦେଖାଯାଉଥିଲା । ଏହାକୁ ସ୍ଥାନୀୟ ଲୋକମାନେ ଦେଖିବା ପରେ ଡ଼ାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ପୂର୍ବରୁ ଏହି ସ୍ଥାନରୁ ତିନିମାସ ମଧ୍ୟରେ ତିନିଥର ନବଜାତଙ୍କର ମୃତଦେହ ମିଳି ସାରିଛି । ଏ
ବିଷୟରେ ଖବର ପାଇ ପୋଲିସ ସେଠାରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲା ।

ଏ ବିଷୟରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣିନାହାନ୍ତି,ଡ଼ାକ୍ତରଖାନା ଆଖପାଖରେ ଅନେକଗୁଡ଼ିଏ ଘରୋଇ ନର୍ସିଂ ହୋମ ଥିବାରୁ କେହି ଏହା ଫିଂଗିଥିବା କହିଛନ୍ତି ।
ଯଦି ଏହି ଘଟଣାଟି ଡ଼ାକ୍ତରଖାନାର ହୋଇଥାଏ ତେବେ ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି |

ଓଡ଼ିଶା ଡ଼ଟ୍ କମ୍

Exit mobile version