Site icon Odisha.com

ହାତୀ ଆକ୍ରମଣରେ ଜଣେ ମୃତ,୧ଆହତ

ଓଡ଼ିଶା ଡ଼ଟ୍ କମ୍:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍)ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଚିଖିଲଟରନ୍
ଜଂଗଲରେ ହାତୀ ଆକ୍ରମଣରେ ଘାସିରାମ ପଟେଲ (୬୧ବର୍ଷ) ନାମକ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ।
ତାଙ୍କ ସାଂଗରେ ଥିବା ଅକୁର ପଟେଲ ନାମକ ବ୍ୟକ୍ତି ଆହତ ହୋଇଛନ୍ତି ।

ପ୍ରାୟ ୧୨ଟି ହାତୀ ପାଇକମାଳ,ଗନ୍ଧମାର୍ଦନ ପାହାଡ଼ ସମେତ ଆଖପାଖ ଅଂଚଳରେ ଉତ୍ପାତ
ମଚାଉଥିବା ଖବର ମିଳିଛି । ଜଙ୍ଗଲ ବିଭାଗର କର୍ମଚାରୀମାନେ ହାତୀ ଘଉଡ଼ାଇବା କାର୍ଯ୍ୟରେ ନ୍ୟସ୍ତ
ରହିଥିବା ସତ୍ୱେ ହାତୀମାନେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ।

ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ସୂର୍ଯ୍ୟନଗରପୁର-ଭାଟିପୁର ଜଙ୍ଗଲ ରାସ୍ତାରେ ଯାଉଥିଲେ ସେହି
ଅଂଚଳର ଗ୍ରାମବାସୀମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version