Site icon Odisha.com

ଗୁଳିମାଡ଼ରେ ଠିକ।ଦାର ନିହତ,ଦୁଇ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ,ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍)ମାଓବାଦୀଙ୍କ ଦ୍ୱାରାସମର୍ଥିତ ଚାଷୀ-ମୂଲିଆ ସଂଘର କେତେକ ବ୍ୟକ୍ତିଙ୍କ ଗୁଳିମାଡ଼ରେ କୋରାପୁଟ ଜିଲ୍ଲାରେ ଶନିବାର ଜଣେ ଠିକ।ଦାର ନିହତ ହୋଇଥିବା ବେଳେ ଅନ୍ୟଦୁଇଜଣ ଆହତ ହୋଇଥିବା ପୋଲିସ କହିଛି ।

ରୁବେନ ବିଡ଼ିକା ନାମକ ଏହି କଣ୍ଟ୍ରାକ୍ଟର ଏକ ମୋଟର ସାଇକେଲରେ ଅନ୍ୟଦୁଇଜଣଙ୍କ ସହ ଆସୁଥିବା ବେଳେ ନାରାୟଣପାଟଣାର ବିକ୍ରମପୁର ଛକ ନିକଟରେ ତାଙ୍କ ଉପରକୁ କେତେକ ଲୋକ ଗୁଳିମାଡ଼ କରିଥିଲେ ।
ଘଟଣାସ୍ଥଳରେ ବିଡ଼ିକାଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟଦୁଇଜଣ ଆହତ ହୋଇ ସ୍ଥାନୀୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଚାଷୀ ମୂଲିଆ ସଂଘର କେତେକ ଲୋକ ଏହି ଆକ୍ରମଣ କରିଥିବା ଜିଲ୍ଲା ପୋଲିସ ମୁଖ୍ୟ ଅନୁପ ସାହୁ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version