ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ବିଜ୍ଞାନକୁ ସାଧାରଣ ଲୋକ ତଥା ଯୁବକ ମାନଙ୍କ ମଧ୍ୟରେ ଲୋକପ୍ରିୟ କରାଇବା ପାଇଁ କିଟ୍ ଏବଂ ନାଇଜର ଦ୍ୱାରାଆୟୋଜିତ ବିଜ୍ଞାନ ରଥ ଶନିବାର କଟକ ଠାରେ ଶେଷ ହୋଇଛି ।
ଗତ ୨୦ଦିନ ଧରି ଏହି ରଥ ୩୦ଟି ଜିଲ୍ଲା, ଏକ ହଜାର ଶିକ୍ଷାନୁଷ୍ଠାନ ସହ ଏକଶହ ସହର ଅତିକ୍ରମ କରିଛି । ଗତ ନଭେମ୍ବର ୧୪ରେ ଜ୍ୟୋତିର୍ବି ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ା ଠାରୁ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଏହାର ଶୁଭାରମ୍ଭ କରିଥିଲେ ।
କଟକ ସ୍ଥିତ ରେଭେନ୍ସା ବିଶ୍ୱବ୍ୟିାଳୟରେ ଉ୍ୟାପନ ଅବସରରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟସାଣୀ, କଟକ ସାଂସ ଭର୍ତୃହରି ମହତାବ, କଟକ ଚୌଦ୍ୱାର ର ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ, କଟକ ଜିଲ୍ଲାପାଳ ଗିରିଶ ଏସ୍.ଏନ୍, ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ସଭାପତି ଆର୍.ଏନ୍.ରାୟ, କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ଗ୍ରାମାଂଚଳରେ ଲୋକଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବ୍ୟିା ସଂପର୍କରେ ବାର୍ତା ପହଂଚାଇବା ଦିଗରେ ବିଜ୍ଞାନ ରଥ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ଏଦିଗରେ କିଟ୍ର ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି ପାଟ୍ଟସାଣି କହିଛନ୍ତି ।
ବିଜ୍ଞାନ ରଥର ସଫଳତା ପାଇଁ କିଟ୍ ପ୍ରତିଷ୍ଠାତା ଲୋକଙ୍କୁ ଧନ୍ୟବା ଦେବା ସହ ଆସନ୍ତା ଜାନୁୟାରୀ ୩ରୁ ୭ ପର୍ଯ୍ୟନ୍ତ ହେବାକୁ ଥିବା ବିଜ୍ଞାନ କଂଗ୍ରେସରେ ସାମିଲ ହେବାପାଇଁ ଲୋକଙ୍କୁ ଆମନ୍ତ୍ରଣ କରିଛନ୍ତି ।
ବିଜ୍ଞାନ କଂଗ୍ରେସ ପୂର୍ବରୁ କିଟ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ
କରାଯାଇଛି । ଗତ ମାସରେ କେନ୍ଦ୍ରମନ୍ତ୍ରୀ ବିଳାଶ ରାଓ ଶେମୁଖ ଏହି ଜିଲ୍ଲା ସ୍ତରୀୟ ଏବଂ ଜାତୀୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।
କନିଷ୍ଠ ବର୍ଗରେ ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ୩୦ ଜଣ ପ୍ରତିଯୋଗିଙ୍କୁ ଦଶ ଟଙ୍କା ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପଠାଣି ସାମନ୍ତଙ୍କ ବଂଶଧର ବିଭୁସ୍ମିତା ସିଂହ ସାମନ୍ତଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଜାତୀୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ୯୯ ତମ ବିଜ୍ଞାନ କଂଗ୍ରେସ ସମୟରେ ଘୋଷଣା କରାଯିବ ।
ଓଡ଼ିଶା ଡ଼ଟ୍ କମ୍