Site icon Odisha.com

ଏସ୍ସିବିରେ କିଡ୍ନୀ ପ୍ରତ୍ୟାରୋପଣ କ୍ଲିନିକଉଦଘାଟିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ପୁରାତନ ସରକାରୀ ଡ଼ାକ୍ତରଖାନା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସୁପରସ୍ପେଶିଆଲ୍ ଆଉଟ୍ଡ଼ୋରରେ କିଡ୍ନୀ ପ୍ରତ୍ୟାରୋପଣ କ୍ଲିନିକ୍ ଶନିବାର ଉଦଘାଟିତ ହୋଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ଉଦଘାଟନ କରିଥିବା ବେଳେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆସନ୍ତା ଜାନୁୟାରୀ ମାସଶେଷ ସପ୍ତାହରେ ବଡ଼ମେଡ଼ିକାଲରେ କିଡ୍ନୀ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଏଥିପାଇଁ ଶନିବାର ଠାରୁ ବିଶେଷଜ୍ଞ ମାନଙ୍କ ଦ୍ୱାରାକାଉନ୍ସେଲିଂ ଆରମ୍ଭ ହୋଇ କିଡ୍ନୀ ରୋଗୀଙ୍କ ନାମ ପଞ୍ଜିକରଣ କରାଯାଇଛି ।

ବାହାର ରାଜ୍ୟରେ କିଡ୍ନୀ ପ୍ରତ୍ୟାରୋପଣ ପାଇଁ ରୋଗୀକୁ ୬ ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏଠାରେ ମାତ୍ର୫୦ ହଜାର ଟଙ୍କାରେ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ । ଫଳରେ କିଡ୍ନୀ ରୋଗରେ ପୀଡ଼ିତ ରାଜ୍ୟର ଗରିବ ରୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ଆଚାର୍ଯ୍ୟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version