Site icon Odisha.com

ଭିନ୍ନକ୍ଷମ ପୁନର୍ବାସ ସେବା ଯୋଗାଇବାରେ ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଭିନ୍ନକ୍ଷମ ମାନଙ୍କୁ ପୁନର୍ବାସ ସେବା ଯୋଗାଇବାରେ ଓଡ଼ିଶାର ଗଂଜାମ ଜିଲ୍ଲା ସମଗ୍ର ଦେଶ ରେ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ହାସଲ କରିଛି ।

ଶନିବାର ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର -୨୦୧୧ଦୁଇଟି ବିଭାଗରେ ଗଂଜାମ ଜିଲ୍ଲା ପ୍ରଶାସନ ଓ ସୁନ୍ଦରଗଡ଼ର ରଶ୍ମିରେଖା ସାହୁ ସୃଜନଶୀଳ ଭିନ୍ନକ୍ଷମ ମହିଳା ବର୍ଗରେ ପୁରସ୍କାର ଲାଭ କରିଛନ୍ତି ।

ଉଲ୍ଲେଖନୀୟ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଶ୍ମୀରେଖାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦୃଢଇଚ୍ଛା ଶକ୍ତି ଓ ନିଷ୍ଠା ବଳରେ ରଶ୍ମୀରେଖା ଯେଭଳି ଉତ୍କର୍ଷତା ହାସଲ କରିଛନ୍ତି ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରଶ୍ମିଙ୍କ ପାଇଁ ସକରାର ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ସେହିପରି ଶ୍ରେଷ୍ଠ ଜିଲ୍ଲାଭାବେ ପୁରସ୍କାର ହାସଲ କରିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୁନର୍ବାସ କେନ୍ଦ୍ରର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ଭିନ୍ନକ୍ଷମ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ବୋ ପାଇଁ ସିଙ୍ଗଲ ୱିଣ୍ଡୋ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା । ବର୍ତମାନ

ଏହା ସମଗ୍ର ରାଜ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଭାବରେ କାର୍ଯ୍ୟ କରୁଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version