Site icon Odisha.com

କିରଣଚନ୍ଦ୍ର ଦେଓସିଂଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେସିଙ୍ଗା,ଡ଼ିସେମ୍ବର୪(ଓଡ଼ିଶା ଡ଼ଟ୍ କମ୍)ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ କିରଣଚନ୍ଦ୍ର ଦେଓସିଂଙ୍କର ଶନିବାର ପୁରୁଲିଆଠାରେ ପରଲୋକ ହୋଇଯାଇଛି ।

ସେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପତ୍ନୀ ସୁଶିଲା ଦେଓସିଂପୁତ୍ର ବୁଦେ୍ଧନ୍ଦ୍ର ପ୍ରତାପ ଦେଓସିଂଙ୍କ ସହିତ ପୁରୁଲିଆ ଯାଇଥିଲେ । ସେଠାରେ ଭୋଜି ଚାଲିଥିବା ବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା ।

ନିକଟସ୍ଥ ଡ଼ାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଥିଲେ ସୁଦ୍ଧା ରାତି ସାଢେ ଆଠଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମରଶରୀରକୁ କଳାହାଣ୍ଡିର ମନପୁର-ରାମପୁରସ୍ଥିତ ବାସଭବନକୁ ଅଣାଯାଉଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ଦେଓସିଂ ୧୯୩୦ମସିହା ମାର୍ଚ୩୦ତାରିଖରେ ମନପୁର-ରାମପୁର ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବଲାଙ୍ଗିର ପି.ଆର୍.ହାଇସ୍କୁଲରେ ଶିକ୍ଷାଗ୍ରହଣ କରିଥିଲେ ।

ରାଜନୀତିରେ ଯୋଗ ଦେଇ ସେ କେସିଙ୍ଗା ବିଧାୟକ ରୂପେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଜେଲ ବିଭାଗ,ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କର ତିନି ପୁଅ ଓ ଦୁଇ ଝିଅ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version