Site icon Odisha.com

ସ୍ୱର୍ଗତ ନାରାୟଣ ପୃଷେଠଙ୍କୁ ନାଗରିକ ଶ୍ରଦ୍ଧାଞ୍ଜଳୀ (ଭିଡ଼ିଓ ସହ)

ଓଡ଼ିଶା ଡ଼ଟ୍ କମ୍:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଡ଼ିସେମ୍ବର୪(ଓଡ଼ିଶା ଡ଼ଟ୍ କମ୍)ବିଶିଷ୍ଟ ସାହିତ୍ୟିକ,ଗବେଷକ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ସ୍ମୃତିଚାରଣ ଶ୍ରାଦ୍ଧ ସଭା ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାସ୍ଥଳରେ ସଂପର୍ନ୍ନ ହୋଇଛି ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟ,ମୋହନ ନାଗ,ମନୋରଂଜନ ସାହୁ,ସାମ୍ବାଦିକ
ଶଙ୍କର ବଲ୍ଲଭ ମିଶ୍ର,ଉମେଶ ବିଶ୍ୱାଳ,ଦୁଜମଣି ପ୍ରଧାନଙ୍କ ସମେତ ସହରର ବିଭିନ୍ନ ଶ୍ରେଣୀର ଲୋକେ
ପୁଷ୍ପାଂଜଳି ଦେବା ସହ ସ୍ମୃତି ଚାରଣ କରିଥିଲେ ।

ବକ୍ତାଗଣ ସ୍ୱର୍ଗତ ପୃଷେଠଙ୍କୁ ଜଣେ ମାନବ ଜାତିର ଅବତାର ବୋଲ କହିବା ସହ ତାଙ୍କ ଭାଷା,
ସାହିତ୍ୟ, ସଂସ୍କୃତି, ଗବେଷଣା ର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ସ୍ୱର୍ଗତ ପୃଷେଠ ଅର୍ଥନୀତି ଅଧ୍ୟାପକ ଥିବା ବେଳେ ସାହିତ୍ୟ ସାଧନା ଉପରେ ପ୍ରଣିଧାନ ଯୋଗ୍ୟ
କାର୍ଯ୍ୟ ପାଇଁ ସବୁଦିନ ଅମର ରହିବେ ବୋଲି କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version