Site icon Odisha.com

୨୪ରୁ ୧୦ଦିନ ପାଇଁ ଭିତରକନିକା ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଜନଗର,ଡ଼ିସେମ୍ବର୬(ଓଡ଼ିଶା ଡ଼ଟ୍ କମ୍) କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ୨୪ ତାରିଖରୁ ବନ୍ଦ ହୋଇ ଜାନୁଆରୀ ୨ତାରିଖରେ ଖୋଲିବ ।

ଏହି ସମୟରେ ଭିତରକନିକାରେ ବଉଳାକୁମ୍ଭୀରଙ୍କ ସଂଖ୍ୟା ଗଣନା ହେବ । “”ଏହି ସମୟରେ ପର୍ଯ୍ୟଟକମାନଙ୍କ ଆଗମନ ଯୋଗୁଁ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାକୁ ବନ୍ଦ ରଖାଯାଇଛି”ବୋଲି ରାଜନଗର ବନ୍ୟପ୍ରାଣୀ ତତ୍ୱାବଧାରକ ମନୋଜ ମହାପାତ୍ର କହିଛନ୍ତି ।

କନିକା ରେଂଜ,ମହାକାଳପଡ଼ା ରେଂଜ,ଓ ରାଜନଗର ରେଂଜରେ ଏହି ଗଣନା କରାଯିବ । ଗତବର୍ଷ ଏଠାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୬ଶହରୁ ଅଧିକ ଥିବା ଜଣାପଡ଼ିଥିଲା ।

ଶୀତଋତୁରେ ମା’ ଓ ପୁରୁଷ କୁମ୍ଭୀରମାନେ ଖରା ପାଇବା ପାଇଁ ଦନୀପଠାକ ଆସିଥାଆନ୍ତି,ତେଣୁ ଡ଼ିସେମ୍ବର ଶେଷ ରୁ ଜାନୁଆରୀ ପ୍ରଥମ ସପ୍ତାହ ମଧ୍ୟରେ ଗଣନା କରିବା ଉପଯୁକ୍ତ ସମୟ ବୋଲି ମହାପାତ୍ର କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍

Exit mobile version