Site icon Odisha.com

କୁଜଙ୍ଗ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳରେ ନିକଟରେ ହୋଇଥିବା ବାଣ ବିସ୍ଫୋରଣରେ ଆହତ ଜଣେ ବ୍ୟକ୍ତିଙ୍କ ସୋମବାର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି ।

ଆହତ ହୋଇ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହାସ ଜେନାଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଆହତ ପିତୁନା ଜେନା, ଫକୀର ପାତ୍ର ଏବଂ ବିଜନ ଜେନାଙ୍କ ମୃତ୍ୟୁ ହୋଇଥିଲା ।

ଗତ ୧୬ ତାରିଖରେ ବିଜୁ ଶ୍ରମିକ ସଂଗଠନ ଦ୍ୱାରା ପାରାଦୀପରେ ଆୟୋଜିତ ସଭାକୁ ଲୋକମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଏକ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version