Site icon Odisha.com

ଖଣି ତଦନ୍ତ ପାଇଁ ପହଂଚିବେ ଶାହା କମିଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୭(ଓଡ଼ିଶା ଡ଼ଟ୍ କମ୍)ରାଜ୍ୟରେ ହୋଇଥିବା ବେଆଇନ ଖଣି କାରବାର ଅଭିଯୋଗ ର ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରାଗଠିତ ଜଷ୍ଟିସ୍ ଏମ୍.ବି.ଶାହା କମିଶନ ବୁଧବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଶାହାଙ୍କ ନେତୃତ୍ୱରେ ଆସୁଥିବା ଏକ ୯ଜଣିଆ ସ୍ୱତନ୍ତ୍ର ତନ୍ତକାରୀ ଦଳ କେନ୍ଦୁଝର,ଯୋଡ଼ା ଆଦି  ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କମିଶନ ଖଣି ଦୁର୍ନୀତି ସହ ଏମ୍.ଏମ୍.ଡ଼ି.ଆର୍ ଆଇନ ଏବଂ ଜଙ୍ଗଲ ଆଇନ ଉଲଂଘନ ଉପରେ ତଦନ୍ତ କରିବେ ।

ତଦନ୍ତକାରୀ ଦଳ ସଂପୃକ୍ତ ଖଣି ଅଂଚଳ ପରିଦର୍ଶନ କରିବା ପରେ ୧୨ତାରିଖରେ ମୁଖ୍ୟ ଶାସନ ସଚିବ,ଶିଳ୍ପ,ଖଣି,ଜଙ୍ଗଲ ଓ ପରିବେଶ ଏବଂ ରାଜସ୍ୱ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version