Site icon Odisha.com

ଦୁର୍ଦ୍ଦିନରେ ବ୍ରହ୍ମପୁର ପ୍ରସୂତି ଚିକିତ୍ସାଳୟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ଡ଼ିସେମ୍ବର୭(ଓଡ଼ିଶା ଡ଼ଟ୍ କମ୍)ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବୋ ପାଇଁ ବ୍ରହ୍ମପୁରଠାରେ ଥିବା ପ୍ରସୂତି ଚିକିତ୍ସାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।

ଏହି ଚିକିତ୍ସାଳୟ ୧୯୬୦ମସିହାରେ ଆର୍ନ୍ତଜାତୀୟ ରେଡ଼୍କ୍ରସ ସଂଘ ସହାୟତାରେ ନିର୍ମାଣ କରାଯାଇଥିଲା । ଏଠାରେ ପ୍ରସବ କରାଇଲେ ମହିଳାମାନେ ସରକାରଙ୍କ ଦ୍ୱାରାଯୋଗାଇ ଦିଆଯାଉଥିବା “ମମତା’ ଓ “ଜନନୀ ସୁରକ୍ଷା’ ଯୋଜନାଗୁଡ଼ିକର ସୁଫଳ ପାଇପାରୁନାହାନ୍ତି ।

ତେଣୁ ପ୍ରାୟତଃ ଗର୍ଭବତୀ ମହିଳାମାନ ଏଠାକୁ ଆସିବା ପାଇଁ ରାଜି ହେଉନାହାନ୍ତି । “”ଏହି ଡ଼ାକ୍ତରଖାନାକୁ ଜଣେ ବି କେହି ଗର୍ଭବତୀ ମହିଳା ପ୍ରସବ କରାଇବା ପାଇଁ ଆସୁନାହାନ୍ତି ।

ସେମାନେ କେବଳ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଆସିଥାଆନ୍ତି”ବୋଲି ବ୍ରହ୍ମପୁର ସିଟି ହସପିଟାଲରୁ ଡ଼େପୁଟେସନରେ ଆସିଥିବା ଜଣେ ଡ଼ାକ୍ତର କହିଛନ୍ତି ।

“”ହସ୍ପିଟାଲର ଆର୍ଥିକ ଦୂରାବସ୍ଥା ଯୋଗୁଁ ଆମେ ଏହାର ଶଯ୍ୟା ତଥା କର୍ମଚାରୀ ସଂଖ୍ୟା ହ୍ରାସ କରିଦେଇଛୁ । ଏ ସଂପର୍କରେ ମୁଁ ଉଭୟ ରେଡ଼୍କ୍ରସ ଓ ରାଜ୍ୟ ସରକାରଙ୍କୁ ପତ୍ର ଦେଇଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିପାରିନାହିଁ ”ଏହାର ଅବୈତନିକ ଅଧୀକ୍ଷକ ଡା଼. ଏନ୍.ସି ପାଢୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version