Site icon Odisha.com

ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଛାତ୍ରଛାତ୍ରୀଙ୍କ ନିୟୋଜନକୁ ବିରୋଧ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଡ଼ିସେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସ୍କୁଲକୁ ମନ୍ତ୍ରୀଙ୍କ ଗସ୍ତ ପାଇଁ ଛାତ୍ରଛାତ୍ରୀଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯିବା ସହ ତାଙ୍କୁ ସ୍ୱାଗତ ପାଇଁ ଦୁଇ ଘଂଟା ଧରି ଛିଡ଼ା କରାଯାଇଥିବା ଅଭିଯୋଗ ହୋଇଛି ।

ଗତ ରବିବାର ନିଶ୍ଚିନ୍ତ କୋଇଲି ବ୍ଲକ ଅର୍ନ୍ତଗତ ବନ୍ଧକାଟିଆ ସ୍ଥିତ ଜୁବୁଲି ବ୍ୟିାପୀଠକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ସ୍କୁଲ କର୍ତୃପକ୍ଷ ଏହି ଛାତ୍ର ମାନଙ୍କୁ ସଫେଇ ତଥା ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ନିୟୋଜିତ କରିଥିଲେ ।

ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ସଫେଇ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତୃପକ୍ଷ ବାଧ୍ୟକରି ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ । ସେମାନଙ୍କ ଅନିଚ୍ଛାସତ୍ୱେ ରବିବାର ପ୍ରଧାନଶିକ୍ଷକ ଏହି କାମ କରିବାକୁ ନିୟୋଜିତ କରିଥିବା ଅନେକ ଛାତ୍ର କହିଛନ୍ତି ।

“”ପ୍ରଧାନଶିକ୍ଷକ ରବିବାର ଆମକୁ ସ୍କୁଲ ବଗିଚା ସଫା କରିବାକୁ କହିଥିଲେ ଏବଂ ଏହା ନୁହେଁ ଯେ ଏଭଳି କାର୍ଯ୍ୟ କରିବା ପାଇଁ ପ୍ରଥମ ଥର କୁହାଯାଇଛି” ଜଣେ ଛାତ୍ର କହିଛନ୍ତି ।

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇ ଅବିଭାବକ ମାନେ ଦ।ବି କରିଛନ୍ତି ।

ମନ୍ତ୍ରୀ ସାଇକେଲ ପାଇଁ ଚେକ୍ ପ୍ରଦାନ କରିବାକୁ ସ୍କୁଲକୁ ଅସୁଥିବାରୁ ଠିକ୍ ୟୁନିଫର୍ମ ସହ ରବିବାର ଆସିବାକୁ ପ୍ରଧାନଶିକ୍ଷକ ଆମକୁ କହିଥିଲେ ବୋଲି ଅନ୍ୟ ଜଣେ ଛାତ୍ର କହିଛନ୍ତି ।

ଶତାଧିକ ଛାତ୍ର ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡ଼ା ହୋଇ ରହିଥିବା ବେଳେ ଅନ୍ୟ କେତେକ ଛାତ୍ର ସଫେଇ କାର୍ଯ୍ୟ କରୁଥିଲେ, ସେ କହିଛନ୍ତି ।

ସ୍କୁଲ ଶିକ୍ଷକ ଏବଂ ପରିଚାଳନା କମିଟି ଛାତ୍ର ମାନଙ୍କୁ ଅଧଘଂଟା ଛିଡ଼ା ହେବାକୁ କହି ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ସେମାନଙ୍କୁ ଖରା ଦୁଇ ଘଂଟାରୁ ଅଧିକ ସମୟ ଛିଡ଼ା କରାଇଛନ୍ତି ବୋଲି ଜଣେ ଅବିଭାବକ ଅଶୋକ ସ୍ୱାଇଁ କହିଛନ୍ତି ।

କେତେ ଜଣ ଛାତ୍ର ଠିକ୍ ସମୟରେ ନ’ଗାଧୋଇ ନ’ଖାଇ ଖରାରେ ଛିଡ଼ା ହୋଇଥିବାରୁ ଅସୁସ୍ଥ ହୋଇପଡ଼ିଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି ।

“”ରବିବାର କେବଳ ତିନି ଜଣ ଛାତ୍ର ସ୍କୁଲ ମୁଖ୍ୟ ଫାଟକରେ ଛିଡ଼ା ହୋଇଥିଲେ ଏବଂ କୌଣସି ଛାତ୍ରଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇନଥିଲା ।

ମନ୍ତ୍ରୀ ରବିବାର ସ୍କୁଲ ପରିଦର୍ଶନରେ ଆସିବାକୁ ନିଷ୍ପତି ନେଇଥିବାରୁ ତାଙ୍କ ଗସ୍ତ ପାଇଁ ଛାତ୍ରଛାତ୍ରୀଙ୍କୁ ଆସିବା ପାଇଁ
କହିଥିଲି । ମନ୍ତ୍ରୀ ୧୨ଟା ୩୦ରେ ଆସିଥିଲେ” ପ୍ରଧାନଶିକ୍ଷକ ଦେବେ ଗଙ୍ଗାଧର ସାହୁ କହିଛନ୍ତି ।

ତେବେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ କୌଣସି ଅଭିଯୋଗ ହୋଇନଥିବା ଗଣଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଜୟ କୁମାର ରଥ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version