Site icon Odisha.com

ମାତୃତ୍ୱ ପାଇଁ ୬ମାସ,ପିତୃତ୍ୱ ପାଇଁ ୧୫ଦିନ ଛୁଟି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୭(ଓଡ଼ିଶା ଡ଼ଟ୍ କମ୍)ଏଣିକି ପିଲା ଜନ୍ମ ପାଇଁ ସରକାରୀ ଚାକିରୀ କରୁଥିବା ବାପାଙ୍କୁ ୧୫ଦିନ ଏବଂ ମା’ଙ୍କୁ ୬ମାସ ଛୁଟି ଦିଆଯିବ ବୋଲି ସରକାର କହିଛନ୍ତି ।

ଏହି ନିୟମକୁ ଗତ ଡ଼ିସେମ୍ବର ପହିଲାରୁ କାର୍ଯ୍ୟକାରୀ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ କେବଳ ମା’ମାନଙ୍କୁ ତିନି ମାସ ଅର୍ଥାତ୍ ୯୦ଦିନ ପାଇଁ ମାତୃତ୍ୱ ଛୁଟି ଦିଆଯାଉଥିଲା । ବାପାମାନଙ୍କୁ ପିତୃତ୍ୱ ପାଇଁ ଛୁଟି ଦିଆଯାଉନଥିଲା ।

ନବଜାତ ଶିଶୁର ଯତ୍ନ ନେବା ପାଇଁ ଏହି ଅଧିକ ଛୁଟି କାମରେ ଲାଗିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି । ଷଷ୍ଠ ବେତନ କମିଶନ ଏଭଳି ଛୁଟି ବଦେବାକୁ ସୁପାରିସ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version