Site icon Odisha.com

ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲାରେ ଜଣେ ଯୁବକ ତାଙ୍କ ପରିବାରର ତିନି ଜଣଙ୍କୁ ହତ୍ୟା କରିଥିବା ପୋଲିସ ବୁଧବାର କହିଛି ।

ମଙ୍ଗଳପୁର ଥାନା ଅର୍ନ୍ତଗତ କାଟିକଟା ଗ୍ରାମର ସୌଭାଗ୍ୟ ରଂଜନ ପାଢୀ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ମା, ଭାଇ ଓ ଭଉଣୀଙ୍କୁ ହତ୍ୟା କରିଥିବା ମଙ୍ଗଳପୁର ଥାନା ଅଧିକାରୀ ଗୌରହରି ସାହୁ କହିଛନ୍ତି ।

ଜଣେ ଗ୍ରାମବାସୀ ଅଭିଯୁକ୍ତଙ୍କ ଘରକୁ ବୁଧବାର ସକାଳୁ କ୍ଷୀର ଆଣିବାକୁ ଯିବାପରେ ଏହି ଘଟଣା ଲୋକଲୋଚନକୁ ଆସିଥିବା ସେ କହିଛନ୍ତି ।

ମୃତକମାନେ ହେଲେ ୫୩ ବର୍ଷ ବୟସ୍କ ଉଷାରାଣୀ ପାଢୀ, ତାଙ୍କ ଝିଅ ମଧୁସ୍ମିତା ଏବଂ ପୁଅ ଦୀପ୍ତୀ ରଂଜନ ପାଢୀ । ଅଭିଯୁକ୍ତର ଆକ୍ରମଣରେ ଗୋଟିଏ ଗାଈର ମଧ୍ୟ ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନୋଟି ଗାଈ ଗୁରୁତର ଆହତ ହୋଇଥିବା ସେ କହିଛନ୍ତି ।

ତେବେ ଘଟଣା ପରେ ସଂପୃକ୍ତ ଯୁବକ ଫେରାର ହୋଇଯାଇଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍
ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା

Exit mobile version