Site icon Odisha.com

ପ୍ରତି ଜିଲ୍ଲାରେ ମିଶନ ଶକ୍ତି ମହାସଂଘ କୋଠା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ପ୍ରତି ଜିଲ୍ଲାରେ ଥିବା ମିଶନ ଶକ୍ତି ମହାସଂଘର ନିଜସ୍ୱ କୋଠା ସ୍ୱତନ୍ତ୍ର ସମସ୍ୟା ପାଣ୍ଠି ଅନୁଦାନରୁ ନିର୍ମାଣ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ବୁଧବାରମିଶନ ଶକ୍ତି କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି ।

ପ୍ରତ୍ୟେକ କୋଠା ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ବ୍ୟୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ୪.୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଏହି କୋଠା ମିଶନ ଶକ୍ତି ଜିଲ୍ଲା ମହାସଂଘ ପାଇଁ ଅଫିସ ଗୃହ, ତାଲିମ ଓ ବୈଠକ ସ୍ଥଳ ଭାବେ କାର୍ଯ୍ୟ କରିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version