ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବେଆଇନ ଖଣି କାରବାର ଅଭିଯୋଗର ତଦ ନ୍ତ ପାଇଁ ଜଷ୍ଟିସ ଏମ୍ବି ଶାହାଙ୍କ ନେତୃତ୍ୱରେ ଏକ ସାତ ଜଣିଆ ସ୍ୱତନ୍ତ୍ର ଦଳ ଭୁବନେଶ୍ୱରରେ ପହଂଚିଛନ୍ତି ।
ବୁଧବାର ସଂଧ୍ୟାରେ ଏହି ଦଳ ପହଂଚିବା ପରେ ଜଷ୍ଟିସ ଶାହା ଏବଂ ତାଙ୍କ ପତ୍ନୀ ରାଜଭବନକୁ ଯାଇଥିବା ବେଳେ ଅନ୍ୟ ସସ୍ୟମାନେ ରାଜ୍ୟ ଅତିଥିଭବନରେ ଅବସ୍ଥାନ କରିଛନ୍ତି ।
ଏହି ଦଳ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଖଣି ଅଂଚଳ ପରିଦର୍ଶନ କରି ସଂପୃକ୍ତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ଏବଂ ୧୧ରେ ଭୁବନେଶ୍ୱରରେ ଜନସାଧାରଣ ଓ ବିଭିନ୍ନ ସଂଗଠନ ସହ ଆଲୋଚନା କରିବେ ।
କମିଶନ ଖଣି ଦୁର୍ନୀତି ସହ ଏମ୍ଏମ୍ଡ଼ି.ଆର୍ ଆଇନ ଏବଂ ଜଙ୍ଗଲ ଆଇନ ଉଲଂଘନ ଉପରେ ତଦନ୍ତ କରିବେ ।
ଓଡ଼ିଶା ଡ଼ଟ୍ କମ୍