Site icon Odisha.com

ବିଏମ୍ସିକୁ ଶ୍ରେଷ୍ଠ କର୍ପୋରେସନ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଉତ୍କୃଷ୍ଟ ସେବା ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଶ୍ରେଷ୍ଠ କର୍ପୋରେସନ ଭାବେ ପୁରସ୍କୃତ କରାଯାଇଛି ।

ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ବୁଧବାର ଏହି ପୁରସ୍କାର ପ୍ରଦାନ କରିଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ବିଏମ୍ସି ଏହି ପୁରସ୍କାର ହାସଲ କରିଛି ।

ସେହିପରି ବାଲେଶ୍ୱର ମୁନିସିପାଲିଟିକୁ ଶ୍ରେଷ୍ଠ ପୌରପରିଷଦ ଏବଂ ପାଟଣାଗଡ଼ ଏନ୍ଏସିକୁ ଶ୍ରେଷ୍ଠ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ପୁରସ୍କୃତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version