Site icon Odisha.com

ବିଆର୍ଜିଏଫ୍ରେ ଅବହେଳା ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ପଛୁଆ ଅଂଚଳ ଅନୁଦାନ ପାଣ୍ଠି (ବିଆର୍ଜିଏଫ୍) ଅନୁଦାନରେ ଓଡ଼ିଶା ପ୍ରତି ଅବହେଳା କରାଯାଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ଲେଖିଛନ୍ତି ।

ପଶ୍ଚିମବଙ୍ଗକୁ ବର୍ଷକ ପାଇଁ ଯେତିକି ଅନୁଦାନ ମଞ୍ଜୁର ହୋଇଛି ଓଡ଼ିଶାକୁ ୫ ବର୍ଷରେ ତାଠାରୁ କମ୍ ଅନୁଦାନ ମଞ୍ଜୁର ହୋଇଛି ବୋଲି ଗୁରୁବାର ମୁଖ୍ୟଢ଼ନ୍ତ୍ରୀ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଅର୍ଥନୈତିକ ବ୍ୟାପାର ସଂପର୍କୀତ କେନ୍ଦ୍ର କ୍ୟାବିନେଟ କମିଟି ବିଆର୍ଜିଏଫ୍ରେ ପଶ୍ଚିମବଙ୍ଗ ପାଇଁ ୮୭୫୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛି ଅର୍ଥାତ୍ ବର୍ଷକୁ ୧୭୫୦ କୋଟି ଟଙ୍କାଦିଆଯିବ, ଚିଠିରେ ଉଲ୍ଲେଖ କରାଯାଇଛି ।

ଅନ୍ୟ ପକ୍ଷରେ ଏହି କମିଟି ଓଡ଼ିଶା ପାଇଁ ବର୍ଷକୁ ୩୪୦ କୋଟି ଟଙ୍କା ହିସାବରେ ୫ ବର୍ଷ ପାଇଁ ୧୭୦୦କୋଟି ଟଙ୍କା ମଞ୍ଜୁର କରିଛି । କେବିକେ ଜିଲ୍ଲାକୁ ସ୍ୱତନ୍ତ୍ର ପ୍ୟାକେଜ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦ।ବି କରିଥିବା ବେଳେ କେନ୍ଦ୍ର ସରକାର ସେଥିପ୍ରତି ଦୃଷ୍ଟି ଦେଇନାହାଁନ୍ତି ।

ଗତ ମାସରେ ଗୃହମନ୍ତ୍ରୀ ପି. ଚିାମ୍ବରମ୍ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମର
ସମୀକ୍ଷା ପାଇଁ ଓଡ଼ିଶା ଆସିଥିଲେ ଏବଂ ସେ ନିଶ୍ଚୟ ଓଡ଼ିଶାର ପରିସ୍ଥିତି ସଂପର୍କରେ ଆପଣଙ୍କୁ ଅବଗତ କରାଇଥିବେ ବୋଲି ନବୀନ ପତ୍ରରେ ର୍ଶାଇଛନ୍ତି ।

ତେଣୁ ଅନ୍ୟ ରାଜ୍ୟ ଭଳି ଓଡ଼ିଶାକୁ ମଧ୍ୟ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ।ବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version