Site icon Odisha.com

କୁଜଙ୍ଗ ବାଣ ବିସ୍ଫୋରଣରେ ଅଭିଯୁକ୍ତ ଗିରଫ ନହେବାରୁ ଅସନ୍ତୋଷ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର୮(ଓଡ଼ିଶା ଡ଼ଟ୍ କମ୍) କୁଜଙ୍ଗ ବାଣ ବିସ୍ଫୋରଣକୁ ୨୫ଦିନ ହୋଇଥିଲେ ମଧ୍ୟ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରତାପ ଜେନା,ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସ ଓ
ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ସଂପୃକ୍ତ ଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ବଳରାମପୁର ଗ୍ରାମର ସୁଦାମ ବିଶ୍ୱାଳଙ୍କ ସମେତଦୁଇଜଣ ଏମାନଙ୍କ ବିରୁଦ୍ଧରେ ଥାନାରେ ଏତଲା
ଦାଏର କରିଛନ୍ତି । ତେବେ ପୋଲିସ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ବାଣ ତିଆରି କାରଖାନର ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଦାବି କରାଯାଇଛି । ବିଜେଡ଼ି ନେତା ଦାମୋର ରାଉତଙ୍କ ସମେତ ଜନ ସଂଗଠନ ଭଳି ବିଭିନ୍ନ ସଂଗଠନ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

୧୨ତାରିଖରେ କୁଜଙ୍ଗ, ପାରାଦୀପ ଓ ବାଲିତୁଠ ଆଦି ଅଂଚଳରେ ବନ୍ଦ ଡ଼ାକରା ଦେବା ସହ ରେଳରୋକ ଓ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ପାଇଁ ଜନ ସଂଗଠନ ପକ୍ଷରୁ ଧମକ ଦିଆଯାଇଛି |

ତେବେ ଏତଲା ପରେ ପୋଲିସ ବିଜୁ ଶ୍ରମିକ ସଂଗଠନ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ
କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍.ବେବ୍ରତ ସିଂ କହିଛନ୍ତି ।

ଗତ ନଭେମ୍ବର ୧୬ରେ ପାରାୀପ ଠାରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତଏକ ସମାବେଶ
ପାଇଁ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।

ଆହତ ମାନଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା
ଏବଂ ବର୍ତମାନ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇସାରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version