Site icon Odisha.com

ଆଠଗଡ଼ ନିର୍ବାଚନ: ହାଇକୋର୍ଟ ରାୟ ସୁପ୍ରିମକୋର୍ଟରେ କାଏମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲା ଆଠଗଡ଼ ବିଧାନସଭା ନିର୍ବାଚନ ମାମଲାରେ ହାଇକୋର୍ଟ ଦେଇଥିବା ରାୟକୁ ଶୁକ୍ରବାର ସୁପ୍ରିମକୋର୍ଟ କାଏମ ରଖିଛନ୍ତି ।

ଏହାସହ ଉକ୍ତ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ବର୍ତମାନର ସ୍ୱାଧିନ ବିଧାୟକ ରମେଶ ରାଉତଙ୍କ ସଭ୍ୟ ପଦ ରଦ୍ଧ କରିଦେଇଛନ୍ତି ।

ଗତ ୨୦୦୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରାର୍ଥୀପତ୍ର ସହିତ ଦଳୀୟ ଟିକେଟ୍ ରେ ମୂଳ କପି ପ୍ରଦାନ କରିନଥିବା ଦର୍ଶାଇ ଯାଞ୍ଚ ସମୟରେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିଦେଇଥିଲେ ।

ଏହାକୁ ନେଇ ରଣେନ୍ଦ୍ର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଏବଂ ଗତ ୨୦୧୦ ଜୁନ୍ ୨୩ରେ ହାଇକୋର୍ଟ ଏହାର ଶୁଣାଣି କରି ରମେଶଙ୍କ ସଭ୍ୟ ପଦ ରଦ୍ଧ କରିବା ସହ ପୁନଃ ନିର୍ବାଚନ ପାଇଁ
ନିର୍ଦ୍ଦେଶ ଦେଇଥିଲେ ।

ଏହା ଉପରେ ରହିତାଦେଶ ଜାରି କରିବା ସହ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ତାଙ୍କୁ ଦଶ ସପ୍ତାହ ସମୟ ଦେବାକୁ ରମେଶ ଜୁନ୍ ୨୪ରେ ହାଇକୋର୍ଟରେ ଆବେଦନ କରିଥିଲେ ।

ତେବେ ସାନି ନିର୍ବାଚନ ଉପରେ ରହିତାଦେଶ ଜାରି କରିବା ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଗତ ଜୁନ୍ ୨୯ରେ ଖାରଜ କରିଦେଇଥିଲେ ।

ପରେ ରମେଶ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version