• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଖଣି ମାଲିକମାନେ ଅଂଚଳକୁ ଗୁରୁତ୍ୱ ଦିଅନ୍ତୁ: ଶାହା କମିଶନ

December 11, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ଖଣି ମାଲିକମାନେ ସଂପୃକ୍ତ ଅଂଚଳର ବିକାଶ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କେନ୍ଦୁଝରରେ ରବିବାର ଶାହା କମିଶନ ମୁଖ୍ୟ ଏମ୍ବି ଶାହା କହିଛନ୍ତି ।
ଗତ ଦୁଇଦିନ ଧରି କମିଶନଙ୍କ ଆଠ ଜଣିଆ ପ୍ରତିନିଧି ଦଳ ବିଭିନ୍ନ ଅଂଚଳ ପରିଦର୍ଶନ କରି ଖଣି ଦୁର୍ନୀତିର ତଦନ୍ତ କରିବା ପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜନଶୁଣାଣି କରିଛନ୍ତି ।

ଖଣି ମାଲିକମାନେ ବିପୁଳ ପରିମାଣର ଲାଭ ପାଉଥିବା ବେଳେ ସଂପୃକ୍ତ ଅଂଚଳ ତଥା ରାଜ୍ୟର ବିକାଶ
ପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ସେ କହିଛନ୍ତି । ଅଂଚଳରେ ପ୍ରଦୂଷଣ ନେଇ କମିଶନ ଉଦେଗ ପ୍ରକାଶ କରିଛନ୍ତି ।

ଆଇନ ଅନୁଯାୟୀ ଖଣିଜ ଦ୍ରବ୍ୟ ଉତ୍ତୋଳନ କରୁଥିବା ଖଣି ଗୁଡିକୁ ଚାଲୁ କରାଯିବ ଏବଂ ଖଣି ମାଲିକ ମାନଙ୍କୁ ସ୍ଥାନୀୟ ଅଂଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରଦାନ କରିବା ପାଇଁ କହିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ବୋଲି କମିଶନ ସାମ୍ବାଦିକଙ୍କୁ କହିଛନ୍ତି ।

ଜିଲ୍ଳା ପାଇଁ ଖଣି କର୍ତୃପକ୍ଷ ଏକ ନିର୍ଦ୍ଦିଷ୍ଟ ଅଂଶଧନ ପ୍ରଦାନ କରିବେ ଓ ସେଥିରେ ଜିଲ୍ଳାର ଉନ୍ନୟନ କାର୍ଯ୍ୟ ହୋଇପାରିବ ବୋଲି ସେ କହିଛନ୍ତି । ସମସ୍ତ ତଥ୍ୟ ଭାରତୀୟ ଖଣି ବ୍ୟୁରୋକୁ ଜଣାଇ ଦିଆଯିବ ବୋଲି କମିଶନ କହିଛନ୍ତି ।

ଏହାପରେ ସାଧାରଣ ଲୋକେ ନିଜର ଅଭିଯୋଗ ଜିଲ୍ଳାପାଳଙ୍କୁ ଦେଇପାରିବେ ଓ ଜିଲ୍ଳାପାଳ ସେଗୁଡିକୁ ୱେବସାଇଟରେ ପ୍ରଦର୍ଶନ କରିପାରିବେ ବୋଲି ସେ କହିଛନ୍ତି । ସମସ୍ତ ଖଣି ଓ ଖଣି ମାଲିକଙ୍କ ନାଁ ଠିକଣା ମଧ୍ୟ ୱେବସାଇଟ୍ରେ ସ୍ଥାନିତ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି ।

ବିଭିନ୍ନ ବର୍ଗର ଲୋକଙ୍କ ସହିତ କମିଶନ ଆଲୋଚନା କରିଥିବା ବେଳେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଜିଲ୍ଲାର ବହୁ ବୁଦ୍ଧୀଜୀବୀ, ମାନବାଧିକାର କର୍ମୀ ଏବଂ ବିଭିନ୍ନ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦୁଝର, ଖଣି ମାଲିକ

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version