Site icon Odisha.com

ଜାତୀୟ ପ୍ରତିଯୋଗିତାରେ ବିଦ୍ୟାର୍ଥୀଙ୍କ କୃତିତ୍ୱ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ରାଉରକେଲାର ତିନି ଜଣ ଛାତ୍ରଛାତ୍ରୀ
ନୂଆଦିଲ୍ଲୀରେ ଅନୁଷ୍ଠିତ ଆଇଆଇଏମ୍ଟି ଅକ୍ସଫୋର୍ଡ଼ ବ୍ରୋକ୍ସ ଇନୋଭେସନ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି ।

ଦୀପିକା ଇଂରାଜୀ ମାଧ୍ୟମବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ମହମ୍ମଦ ଜିସାନ୍ ସିଦ୍ଦିକ, ଶୁଭାଙ୍ଗୀ ରାଉତ
ଏବଂ ପ୍ରଜ୍ୟେତି ଆଦ୍ୟାଶା ଦାସ “ମ୍ୟାନେଜିଂ ଟେରୋରିଜିମ୍ ଇନ୍ ଇଣ୍ଡିଆ’ ଶୀର୍ଷକ ପ୍ରକଳ୍ପ ଉପସ୍ଥାପନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ବିଭିନ୍ନ ସମସ୍ୟାର ସମ୍ମୁଖିନ ଉପରେ ଯୁବଗୋଷ୍ଠୀଙ୍କୁ ସେମାନଙ୍କର ସୃଜନଶୀଳ ଚିନ୍ତାଧାରାକୁ ବ୍ୟକ୍ତ
କରିବା ନିମନ୍ତେ ଏକ ମଂଚ ସୃଷ୍ଟି କରିବା ପାଇଁ ଇନ୍ଷ୍ଟିଚ୍ୟୁଟ୍ ଫର୍ ଇଂଟରନ୍ୟାସନାଲ ମ୍ୟାନେଜମେଂଟ ଆଣ୍ଡ ଟେକ୍ନୋଲୋଜି ଏବଂ ଅକ୍ସଫୋର୍ଡ଼ ୟୁନିଭରସିଟି ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ସମଗ୍ର ଦେଶରୁ ୧୨୨ଟି ଦଳ ସେମାନଙ୍କର ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ
୧୫ଟିକୁ ନୂଆଦିଲ୍ଲୀରେ ଅନୁଷ୍ଠିତ ଚୂଡ଼ାନ୍ତ ରାଉଣ୍ଡରେ ସେମାନଙ୍କର ପରିକଳ୍ପନାକୁ ଉପସ୍ଥାପନ ପାଇଁ ସୁଯୋଗ ଦିଆଯାଇଥିଲା ।

କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଏକ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଜି.ଏସ୍.ପ୍ରସାଦ ସମ୍ମାନୀତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version