Site icon Odisha.com

ମାର୍ଚ୍ଚ ସୁଦ୍ଧା କଂକ୍ରିଟ ରାସ୍ତା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ପ୍ରତ୍ୟେକ ଗାଁରେ ସିମେଂଟ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖଯାଇଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତମାନ ସୁଦ୍ଧା ୨୫୦୦ କିମି କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି ଏବଂ ଚଳିତ ବର୍ଷ ଏକ ହଜାର କୋଟି ଟଙ୍କା ବ୍ୟୟରେ ପାଂଚ ହଜାର କିମି ରାସ୍ତା ନିର୍ମାଣ କରାଯିବ ବୋଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇଛି ।

ବର୍ଷା ଜଳ ନିଷ୍କାସନ ପାଇଁ ଗାଁ ଭିତରେ ରାସ୍ତାର ଉଭୟ ପାଶ୍ୱର୍ରେ ଡ଼୍ରେନ ନିର୍ମାଣ ସହ ଏହି କାର୍ଯ୍ୟ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ସେ କହିଛନ୍ତି ।

ରାଜ୍ୟରେ ସମୁଦାୟ ୫୮ ହଜାର କିମି ଆଭ୍ୟନ୍ତରୀଣ ଗ୍ରାମ୍ୟ ରାସ୍ତା ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version