Site icon Odisha.com

୪,୭୨୪.୬୨ କୋଟି ଟଙ୍କାର ଅତିରିକ୍ତ ବଜେଟ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ୨୦୧୧-୧୨ ବର୍ଷ ପାଇଁ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ୪,୭୨୪ କୋଟି ୬୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍ ସୋମବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ୧୬,୧୪୦ କୋଟି ନିଜସ୍ୱ ଟିକସ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ୯,୮୧୯ କୋଟି ଟଙ୍କା ଆଦାୟ ହୋଇଛି ବୋଲି ସେ କହିଛନ୍ତି ।

ଏହି ଅତିରିକ୍ତ ବଜେଟ୍ ରେ ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନାରେ ୭୦ କୋଟି ଟଙ୍କା, ଆମ ଜଙ୍ଗଲ ଯୋଜନାରେ ୧୦ କୋଟି ଟଙ୍କା, ମରୁଡ଼ି ଓ ଅଦିନିଆ ବର୍ଷା ହୋଇଥିବା ଅଞ୍ଚଳରେ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିବର୍ତନ କରିବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ରାଜ୍ୟସ୍ତରୀୟ ଯୁବମେଳା ଆୟୋଜନ ପାଇଁ ୨ କୋଟି ଟଙ୍କା, ଯୁବଭିତିକ କାର୍ଯ୍ୟକ୍ରମ ପାଇଁ ୫ କୋଟି ଟଙ୍କା, ଧଉଳିଠାରେ ଶାନ୍ତି ଉଦ୍ୟାନର ଉନ୍ନତିକରଣ ପାଇଁ ୪କୋଟି ୬୦ ଲକ୍ଷ ଟଙ୍କା ।
.
ଜାତୀୟ ଦୁର୍ବିପାକ ପାଣ୍ଠିରୁ ୨୦୧୧ରେ ହୋଇଥିବା ମରୁଡ଼ି, ବନ୍ୟାଜନିତ କ୍ଷୟକ୍ଷତି ପାଇଁ ୭୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଜିଲ୍ଲାପରିଷଦ ଅଧୀନରେ କାର୍ଯ୍ୟରତ ଶିକ୍ଷା ସହାୟକଙ୍କୁ ପ୍ରାଥମିକ ଶିକ୍ଷକ ରୂପେ ବୈଧକରଣ ପାଇଁ ୧୮୬ କୋଟି ୯୦ ଲକ୍ଷ ଟଙ୍କା ଦିଆଯାଇଛି ।

ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ପାଇଁ ରାଜ୍ୟର ଅଂଶ ବାବରେ ୪୨ କୋଟି ୭୭ ଲକ୍ଷ ଟଙ୍କା, ନ୍ୟାୟାଳୟ
ପ୍ରତିଷ୍ଠା ପାଇଁ ଗୃହ ନିର୍ମାଣ ବାବଦରେ ୨୩ କୋଟି ୬୮ ଲକ୍ଷ ଟଙ୍କା, ଅନୁସୂଚିତ ଜନଜାତି ଓ ଜାତିଉନ୍ନୟନ ବିଭାଗରେ ବିଦ୍ୟାଳୟ ଓ ଛାତ୍ରାବାସ ନବୀକରଣ ପାଇଁ ୧୦ କୋଟି ଟଙ୍କା ।

ପଞ୍ଚାୟତିରାଜ ଅନୁଷ୍ଠାନକୁ ଅନୁଦାନ ବାବଦରେ ୨୨ କୋଟି ୩୨ ଲକ୍ଷ ଟଙ୍କା, ଜାତୀୟ ବାର୍ଦ୍ଧକ୍ୟଭତା ଯୋଜନାରେ ୧୯୭ କୋଟି ୭୬ ଲକ୍ଷ ଟଙ୍କା, ୨୦୦୪ରେ ଘୋଷିତ ହୋଇଥିବା ବେସରକାରୀ ମହାବିଦ୍ୟାଳୟକୁ ବ୍ଲକ୍ ଗ୍ରାଣ୍ଟ ବାବଦରେ ୭୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସେହିପରି ଶସ୍ୟ ବୀମା ବାବଦରେ ୪୬ କୋଟି ଟଙ୍କା , ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୧୪୪
କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version