Site icon Odisha.com

ଅଫିସରଙ୍କ ସହଯୋଗରେ ଖଣି ଦୁର୍ନୀତି: ଶାହା କମିଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ସରକାରୀ ଅଧିକାରୀଙ୍କ ବିନା
ସହଯୋଗରେ ଖଣି ଦୁର୍ନୀତି ଅସମ୍ଭବ ବୋଲି ସୋମବାର ଶାହା କମିଶନ ମୁଖ୍ୟ ଏମ୍ବି ଶାହା କହିଛନ୍ତି ।

ଖଣି ଦୁର୍ନୀତି ଉପରେ ସତର୍କ ରହିବାକୁ ସରକାରଙ୍କୁ ପରାମର୍ଶ ଦେବା ସହ ବର୍ତମାନ ସମସ୍ତ ଖଣି
ଶେଷ ନକରି ଭବିଷ୍ୟତ ବଂଶଧରଙ୍କ ପାଇଁ ରଖିବା ଉଚିତ ବୋଲି ସେ ଭୁବନେଶ୍ୱରରେ ଜନଶୁଣାଣି
ଅବସରରେ ସାମ୍ବାଦିକଙ୍କୁ କହିଛନ୍ତି ।

ତେବେ ଦୁର୍ନୀତିରେ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ସଂପର୍କରେ କୌଣସି ପ୍ରମାଣ ମିଳି ନାହିଁ ବୋଲି ସେ କହିଛନ୍ତି ।

କମିଶନଙ୍କ ଆଠ ଜଣିଆ ପ୍ରତିନିଧି ଦଳ ଆଜି ସକାଳେ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ
ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ବ୍ୟକ୍ତି ବିଶେଷ
ଏବଂ ସ୍ୱେଚ୍ଛାସେବୀଙ୍କ ସହ ଆଲୋଚନା କରିଥିଲେ ।

ଗତ ତିନିଦିନ ଧରି କମିଶନଙ୍କ ଏହି ପ୍ରତିନିଧି ଦଳ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ କରି ଖଣି ଦୁର୍ନୀତିର ତଦନ୍ତ କରିବା ପରେ ରବିବାର କେନ୍ଦୁଝରରେ ଜନଶୁଣାଣି କରିଥିଲେ |

ତେବେ କମିଶନଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିବା ପରେ ସରକାର ଜବାବ ଦାଖଲ କରିବେ ବୋଲି ମୁଖ୍ୟ
ଶାସନ ସଚିବ ବିଜୟ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version