Site icon Odisha.com

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ
ସୋମବାର ବିଧାନସଭାରେ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁଦୁଇଥର ମୁଲତବୀ
କରାଯାଇଛି ।

ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟ ବିରୋଧୀ କଂଗ୍ରେସ ସଦସ୍ୟମାନେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଯାଇ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ ।

ଏହି ସଦସ୍ୟମାନେ ହାତରେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ଼ ଧରିଥିଲେ । ଜଣେ ବିଧାୟକ ବାଚସ୍ପତିଙ୍କ ଉପରକୁ ଚେୟାର ଫୋପାଡ଼ବାକୁ ଉଦ୍ୟମ କରିଥିଲେ । ସୁରକ୍ଷା ଦାୟିତ୍ୱରେ ଥିବା ବିଧାନସଭାର କର୍ମଚାରୀମାନେ ତୁରନ୍ତ ଚେୟାରକୁ ଧରି ପକାଇଥିଲେ ।

ପ୍ରଥମେ ବାଚସ୍ପତି ଗୃହକୁ ୧୨ରେ ଏବଂ ପରେ ୩ଟାରେ ମୁଲତବୀ ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version