Site icon Odisha.com

କମ୍ ବୃଷ୍ଟିପାତ ଜନିତ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କମ୍ ବୃଷ୍ଟିବାତ ଜନିତ ପରିସ୍ଥିତିର ମୁକାବିଲା ପାଇଁ ତ୍ୱରାନ୍ୱିତ ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭିଡ଼ିଓକନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ
ଦେଇଛନ୍ତି । ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ କମ୍ ବୃଷ୍ଟିପାତ ଯୋଗୁଁ ୧୭ଟି ଜିଲ୍ଲାର ୧୧୩ଟି ବ୍ଲକରେ ଚାଷ ସମସ୍ୟା ସୃଷ୍ଟି ହୋଇଛି ।

ଶରତ ଋତୁ ପାଇଁ ଧାନ କଟା କାର୍ଯ୍ୟ ସରିଛି ଏବଂ ଶୀତ ଋତୁ ପାଇଁ ଫସଲ କଟା କାର୍ଯ୍ୟ ଚାଲିଥିବାରୁ ଏଥିରୁ ପରିସ୍ଥିତିର ଆକଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ରାଜ୍ୟରେ ଅଚଳ ଉଠା ଜଳସେଚନ ପଏଂଟକୁ ସଚଳ କରିବା ପାଇଁ ୬୫ କୋଟି ଟଙ୍କା,
କୁସବନ୍ଧ ପାଇଁ ୩.୧୫ କୋଟି ଟଙ୍କା ଦିଆଯାଇଛି । ରବି ଫସଲ ପାଇଁ ବିହନ ଯୋଗାଣ ଓ ଡ଼ିଜେଲ ପମ୍ପସେଟ୍ ଆଦି ରିହାତି ଦରର ଦେବା ପାଇଁ ନିଷ୍ପତି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version