• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୋସ୍କୋ ଉପକୂଳ ରାସ୍ତା କାମ ଆରମ୍ଭ

December 13, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ ହେବାକୁ ଥିବା ନୋଳିଆସାହି ପର୍ଯ୍ୟନ୍ତ ଉପକୂଳ ରାସ୍ତା କାମ ମଙ୍ଗଳବାର ପୁଣି ଆରମ୍ଭ ହୋଇଛି ।

ପାରାଦୀପ ପରିବହନ ସଂସ୍ଥା ପକ୍ଷରୁ ୪ଟି ମେସିନ୍ ଦ୍ୱାରାବାଲି ସମତୁଲ କାର୍ଯ୍ୟ ଚାଲିଥିବା ବେଳେ
ସେଠାରେ ଇଡ୍କୋ ଅଧିକାରୀ ଓ ପୋସ୍କୋ କର୍ମଚାରୀ ଉପସ୍ଥିତ ରହି ତଦାରଖ କରିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିଥିବା ବେଳେ ସପକ୍ଷବାଦୀମାନେ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ସହଯୋଗର ହାତ ବଢାଇଛନ୍ତି ।

ଉପକୂଳ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ କିଛିଦିନ ପୂର୍ବରୁ ଶୁଭ ଦିଆଯାଇଥିବା ବେଳେ ବିରୋଧୀଙ୍କ ବିରୋଧ ଯୋଗୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା ।

ତେବେ ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କ ଗିରଫ ପରେ ବିରୋଧୀମାନେ ବିଭିନ୍ନ ସଭା,
ସମାବେଶ ଓ ଧାରଣା ମାଧ୍ୟମରେ ଆନ୍ଦୋଳନକୁ ତୀବ୍ର କରିଆସୁଛନ୍ତି ।

ବର୍ତମାନ ଆମେ ଗୋବିନ୍ଦପୁର ଅଂଚଳରେ ଜମି ଅଧିଗ୍ରହଣ ଓ ପାନବରଜ ଭଙ୍ଗାକୁ ବିରୋଧ କରି
ଆନ୍ଦୋଳନ ଜାରି ରଖିଛୁ । ସେଥିପାଇଁ ରାସ୍ତା କାମ ପ୍ରତି ଦୃଷ୍ଟି ଦେଉନାହୁଁ । ସେମାନେ ରାସ୍ତା କାମ କରନ୍ତୁ, ପରେ ବିରୋଧ କରି ଏହାକୁ ଭାଙ୍ଗି ଦେବୁ ବୋଲି ପ୍ରତିରୋଧ ସଂଗ୍ରାମ ସମିତି ସଂପାଦକ ଶିଶିର ମହାପାତ୍ର କହିଛନ୍ତି ।

ରାସ୍ତା କାମରେ ସହଯୋଗ କରିବା ପାଇଁ ଲୋକଙ୍କୁ ବୁଝାଇିଆଯାଇଛି ଓ ସେମାନେ ଏଥିରେ
ସହଯୋଗ କରୁଛନ୍ତି ବୋଲି ଗଡ଼କୁଜଙ୍ଗ ସରପଂଚ ନକୁଳ ସାହୁ କହିଛନ୍ତି ।

ଲୋକମାନଙ୍କ ସହ ଆଲୋଚନା କରିଛୁ ଏବଂ ସେମାନେ ସମସ୍ତ ବିଷୟ ବୁଝିବା ପରେ ପୋସ୍କୋ
ଅଂଚଳରେ କାମ ଆରମ୍ଭ ହେବ ବୋଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ସୁରଜିତ୍ ଦାସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପାରାଦୀପ, ପୋସ୍କୋ

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version