Site icon Odisha.com

କେନ୍ଦୁପତ୍ର ଖରି ମୂଲ୍ୟ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ଘୋଡ଼ଣି ପତ୍ର ସହ ୨୦ ପତ୍ର ବିଶିଷ୍ଟ କେନ୍ଦୁପତ୍ର କେରିର ମୂଲ୍ୟ ୩୫ରୁ ୪୦ ପଇସାକୁ ବୃଦ୍ଧି କରାଯାଇଛି ।

ଏ ସଂପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଦେବୀ ପ୍ରସାଦ ମିଶ୍ର ମଙ୍ଗଳବାର ବିଧାନସଭାରେ ସୂଚନା
ଦେଇଛନ୍ତି ।

ଘୋଡ଼ଣି ପତ୍ର ସହ ୪୦ ପତ୍ର ବିଶିଷ୍ଟ କେରିର ମୂଲ୍ୟ ୭୦ ପଇସାରୁ ୮୦ ପଇସାକୁ ବୃଦ୍ଧି ପାଇଛି ।
ପ୍ରଜା ପତ୍ରର ଖରିି ମୂଲ୍ୟ କ୍ୱିନ୍ଟାଲ୍ ପିଛା ୧୯୦୦ ଟଙ୍କା ୨୧୭୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି କେନ୍ଦୁପତ୍ର ତୋଳାଳି ଓ ବନେ୍ଧଇ ଶ୍ରମିକଙ୍କୁ ‘ଜନଶ୍ରୀ ବୀମା ଯୋଜନା’ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି ।

ଏହି ଯୋଜନା ପାଇଁ ସରକାର ୨୨ କୋଟି ଟଙ୍କା ବହନ କରିବେ । ରାଜ୍ୟର ଦୁର୍ଗମ ଅଂଚଳରେ ବାସ
କରୁଥିବା ୮ଲକ୍ଷ ଗରିବ, ପଛୁଆବର୍ଗ ଓ ଆଦିବାସୀ ଉପକୃତ ହେବେ ବୋଲି ସେ କହିଛନ୍ତି ।

କେନ୍ଦୁପତ୍ର ତୋଳାଳି ଓ ବନେ୍ଧଇ ଶ୍ରମିକମାନେ ବୀମାଭୁକ୍ତ ହେଲେ, ସାଧାରଣ ମୃତ୍ୟୁ ପାଇଁ ୩୦ ହଜାର
ଟଙ୍କା, ଦୁର୍ଘଟଣାଜନିତ ମୃତ୍ୟୁ ବା ସଂପୂର୍ଣ୍ଣ ଅକର୍ମଣ୍ୟ ପାଇଁ ୭୫ ହଜାର ଟଙ୍କା, ଦୁର୍ଘଟଣାରେ ଆଂଶିକ ଅକର୍ମଣ୍ୟ ହେଲେ ୩୭ ହଜାର ୫୦୦ ଟଙ୍କା ମିଳିବ ।

ଏହା ବ୍ୟତୀତ ବୀମାଭୁକ୍ତ ସଭ୍ୟଙ୍କ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ପଢୁଥିବାଦୁଇଟି ସନ୍ତାନ
ମାସିକ ୧୦୦ ଟଙ୍କା ଲେଖାଏଁ ପାଇବେ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version