Site icon Odisha.com

ପୋସ୍କୋ ବିରୋଧୀ ନେତା ଅଭୟଙ୍କ ଜାମିନ ଆବେଦନ ଖାରଜ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ନିକଟରେ ଗିରଫ ହୋଇଥିବା ପୋସ୍କୋ
ପ୍ରତିରୋଧ ସଂଗ୍ରାମ ସମିତି ନେତା ଅଭୟ ସାହୁଙ୍କ ଜାମିନ ଆବେଦନ ମଙ୍ଗଳବାର ଖାରଜ
ହୋଇଯାଇଛି ।

ତାଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିବା ବେଳେ ଜଗତସିଂହପୁର ଅତିରିକ୍ତ ଜିଲ୍ଲା ଜଜ୍
ସଚ୍ଚିଦାନନ୍ଦ ସାହୁ ଏହାକୁ ଖାରଜ କରିଦେଇଛନ୍ତି ।

ହତ୍ୟା, ହିଂସାକାଣ୍ଡ, ଘରେ ନିଅାଁ ଲଗାଇବା ଭଳି ପ୍ରାୟ ୫୦ଟି ମାମଲା ତାଙ୍କ ବିରୁଦ୍ଧରେ ପୋଲିସ ରୁଜୁ କରିଛି ।

ଗତ ମାସ ୨୫ ତାରିଖରେ ସେ ଭୁବନେଶ୍ୱରରୁ ଫେରୁଥିବା ବେଳେ ନୂଆପୋଖରୀ ଠାରେ କୁଜଙ୍ଗ
ପୋଲିସ ତାଙ୍କୁ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version