Site icon Odisha.com

ବନ୍ଦର କର୍ତୃପକ୍ଷଙ୍କ ସହ ଶାହା କମିଶନଙ୍କ ଆଲୋଚନା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ଖଣି ଦୁର୍ନୀତି ତଥା ବେଆଇନ ଚାଲାଣର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତି ଏମ୍ବି ଶାହାଙ୍କ ନେତୃତ୍ୱରେ ଆସିଥିବା କମିଶନ ମଙ୍ଗଳବାର ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

କମିଶନ ସଦସ୍ୟମାନେ ଆଲୋଚନା କରିବା ପରେ ବନ୍ଦରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଖେିଛନ୍ତି । ଏକ ରୁଦ୍ଧ୍ୱାର ବୈଠକରେ କମିଶନ ଲୋକଲୋଚନକୁ ଆସିଥିବା ଖଣି ଦୁର୍ନୀତି ସଂପର୍କରେ ପଚାରି ବୁଝିଛନ୍ତି ।

ଦୁର୍ନୀତିର ବିଭିନ୍ନ ଦିଗ ଯଥା ଅଧିକ ପରିବହନ, ଲୁହାପଥର ଚୋରା ଚାଲାଣ ତଥା ଏଥିରେ ବନ୍ଦରର
ଟ୍ରାଫିକ ବିଭାଗ ଅଧିକାରୀଙ୍କ ଭୂମିକା ଉପରେ ତଦନ୍ତ କରିଛନ୍ତି

ଲୁହାପଥର ଏବଂ ଅନ୍ୟ ଖଣିଜ ପାର୍ଥର ରପ୍ତାନୀ ବିଷୟରେ ଜାଣିବା ପାଇଁ କମିଶନଙ୍କ ଛଅ ଜଣିଆ ଦଳ ବନ୍ଦର ଟ୍ରଷ୍ଟ ପରିଦର୍ଶନରେ ଆସିଥିଲେ, ତେଣୁ ବନ୍ଦର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ଖୋଇ ଦିଆଯାଇଛି ବୋଲି ବନ୍ଦର ଟ୍ରଷ୍ଟ ଉପାଧ୍ୟକ୍ଷ ଏସ୍.ଅନନ୍ତ ଚରଣ ବୋଷ କହିଛନ୍ତି ।

“” ଖଣିଜ ପାର୍ଥ ରପ୍ତାନୀ ଉପରେ ବିଭିନ୍ନ ଦିଗକୁ ନେଇ ଆମେ ତଦନ୍ତ କରୁଛୁ ଏବଂ ଏହାର ରିପୋର୍ଟ କମିଶନ ମୁଖ୍ୟଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଦିଆଯିବ” କମିଶନ ସଦସ୍ୟ ୟୁ.ଭି. ସିଂହ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version