Site icon Odisha.com

ସମସ୍ୟା ନେଇ ସାମ୍ବାଦିକ ସଂଘ ବୈଠକରେ ଆଲୋଚନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଗ୍ରାମାଂଚଳରେ କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଓଡିଶା ସାମ୍ବାଦିକ ସଂଘ କଟକ ଜିଲ୍ଲା ଶାଖାର ୨ୟ ଜୋନାଲ ବୈଠକରେ ଆଲୋଚନା ହୋଇଛି ।

ମଙ୍ଗଳବାର ବାରଙ୍ଗ ଡାକବଙ୍ଗଳାରେ ଅନୁଷ୍ଠିତ ବୈଠକରେ ଗ୍ରାମାଂଚଳରେ ସମସ୍ୟା ଓ ବିପଦକୁ
ସମ୍ମୁଖିନ ହୋଇ ସମ୍ବାଦ ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ପ୍ରତି କାହାରି ନଜର ନାହିଁ ବୋଲି ମତପ୍ରକାଶ ପାଇଛି ।

ତେଣୁ ସେମାନଙ୍କ ସୁରକ୍ଷା ଓ ଭବିଷ୍ୟତ ପାଇିଁ ସମସ୍ତେ ସହମତିରେ ସଂଘ ମାଧ୍ୟମରେ ଉ୍ୟମ ଅବ୍ୟାହତ ରଖିବା ବୋଲି ରାଜ୍ୟ ସଭାପତି ପ୍ରଭାତ ଦାଶ ଆହ୍ୱାନ ଦେଇଛନ୍ତି ।

କଟକ ଜିଲ୍ଲା ଶାଖା ସଭାପତି ରାଜୀବ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂଘ ସଭାପତି ପ୍ରଭାତ ଦାଶ, ଭୁବନେଶ୍ୱର ଶାଖାର ସଦସ୍ୟ ସିବ କୁମାର ପଟ୍ଟନାୟକ, କେନ୍ଦୁଝର ଶାଖାର ସଦସ୍ୟ ପ୍ରଭାତ କୁମାର ଦାସ ପ୍ରମୁଖ ଯୋଗେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଘର ଉପସଭାପତି ପ୍ରକାଶ ସାହୁ, ଜୟଦେବ ଲେଙ୍କା, ନଳିନୀକାନ୍ତ
ପଢିହାରୀ, କୋଷାଧ୍ୟକ୍ଷ ରତିକାନ୍ତ ପଟ୍ଟନାୟକ, ସଂଗଠନ ସଂପାଦକ ଜ୍ୟୋତିରଞ୍ଜନ ସ୍ୱାଇଁ, ପ୍ରଦ୍ୟୁମ୍ନ
ବାରିକ, ରୁଦ୍ରନାରାୟଣ ଷଢଙ୍ଗୀ, ସୂର୍ଯ୍ୟମଣି ମଲ୍ଲିକ, ଅରବିନ୍ଦ ବୀରବର ହରିଚନ୍ଦନ ପ୍ରମୁଖ
ଯୋଗେଇଥିଲେ । ସୁବର୍ଣ୍ଣ କେଶରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version