Site icon Odisha.com

ପୂର୍ବତନ ଆଇଏଏସ୍ଙ୍କ ଘର ହେଲା ଚାଷୀ ତାଲିମ କେନ୍ଦ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ବାଜ୍ୟାପ୍ତ ଘରେ ବୁଧବାର ନର୍ସରୀ ଏବଂ ଚାଷୀ ତାଲିମ କେନ୍ଦ୍ର ଖୋଲାଯାଇଛି ।

ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅବସରପ୍ରାପ୍ତ ଆଇଏଏସ୍ ରମେଶ ଚନ୍ଦ୍ର ବେହେରାଙ୍କ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ଥିବା ପ୍ରାୟ ୨.୬ ଏକର ଜମିକୁ ସରକାର ଦଖଲକୁ ନେଇଛନ୍ତି

ଏହି ଜମିରେ ଏକ କୋଠାଘର ଏବଂ ଫାର୍ମ ହାଉସ୍ ଥିଲା । ଏହି କୋଠା ଘରକୁ ଚାଷୀ ତାଲିମ କେନ୍ଦ୍ର ଓ ଫାର୍ମ ହାଉସ୍କୁ ଉଦ୍ୟାନ କୃଷି ନର୍ସରୀ ଭାବେ ବ୍ୟବହାର କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ଆଜି ଏଠାରେ ଚାଷୀ ଭାଇଭଉଣୀ ମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଓ ଏଥିରେ ପ୍ରାୟ ତିନି ଶହ ଚାଷୀ ଯୋଗ ଦେଇଥିଲେ ।

ପୂର୍ବରୁ ଗତ ମାସରେ ଭିଜିଲାନ୍ସ ଦ୍ୱାରାଦଣ୍ଡିତ ପୂର୍ବତନ ଆଇଏଏସ୍ ସଂଜୀବ ରାୟଙ୍କ ବାଜ୍ୟାପ୍ତ ଘରେ ସରକାରୀ ହୋମିଓପ୍ୟାଥି ଡ଼ିସ୍ପେନ୍ସାରୀ ଖୋଲାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version